ଯୁଯୁମୁରାଠାରେ ସୁରକ୍ଷା ସମ୍ପର୍କିତ କାମ, ପାସେଞ୍ଜର୍‌ ଟ୍ରେନ୍‌ ସେବା ଆଂଶିକ ବାଧାପ୍ରାପ୍ତ

ଭୁବନେଶ୍ୱର : ସମ୍ବଲପୁର ଡିଭିଜନ୍‌ ଅନ୍ତର୍ଗତ ଯୁଯୁମୁରା ଷ୍ଟେସନ୍‌ରେ ସୁରକ୍ଷା ସମ୍ପର୍କିତ କାମ ପାଇଁ ପାସେଞ୍ଜର୍‌ ଟ୍ରେନ୍‌ ସେବା ଆଂଶିକ ଭାବେ ବାଧାପ୍ରାପ୍ତ ହେବା ନେଇ ପୂର୍ବତଟ ରେଳ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସମ୍ବଲପୁର-ତାଳଚେର ଲାଇନ୍‌ର ଦୋହରୀକରଣ କାର୍ଯ୍ୟ ଯୋଗୁଁ ଆସନ୍ତା ଦୁଇ ତାରିଖରେ ଦୁଇଟି ପାସେଞ୍ଜର୍‌ ଟ୍ରେନ୍‌ ବାତିଲ୍‌ ହୋଇଛି। ପୁରୀ-ରାଉରକେଲା ଏକ୍ସପ୍ରେସ୍‌ ଆସନ୍ତା ୨ତାରିଖରେ ଅନୁଗୁଳ ପର୍ଯ୍ୟନ୍ତ ଚାଲିବ। ସେହିପରି ରାଉରକେଲା-ପୁରୀ ପାସେଞ୍ଜର୍‌ ସେହିଦିନ ସମ୍ବଲପୁର ପର୍ଯ୍ୟନ୍ତ ଯାତ୍ରା କରି ସେଠାରୁ ଫେରିବ। ଅନୁଗୁଳରୁ ସମ୍ବଲପୁର ଉଭୟ ଦିଗରେ ପୁରୀ-ରାଉରକେଲା ପାସେଞ୍ଜର୍‌ ବାତିଲ ହେବା ନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର