ପୂର୍ବତଟ ରେଳପଥ ପକ୍ଷରୁ ଭେଣ୍ଡରମାନଙ୍କ ବୈଠକ

ଭୁବନେଶ୍ବର : ଚିତ୍ତରଞ୍ଜନ ଲୋକ‌ୋମୋଟିଭ୍‌ ୱାର୍କସ୍‌ର ସହଯୋଗରେ ପୂର୍ବତଟ ରେଳପଥ ପକ୍ଷରୁ ବିଶାଖାପାଟଣାସ୍ଥିତ ମଲ୍ଟି ସ୍ପୋର୍ଟସ୍‌ କମ୍ପ୍ଲେକ୍ସଠାରେ ଏକ ଭେଣ୍ଡର ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ୧୫୦ରୁ ଅଧିକ ଭେଣ୍ଡର ଅଂଶଗ୍ରହଣ କରିଥିଲେ। ୱାଲ୍‌ଟିୟର ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଚେତନ କୁମାର ଶ୍ରୀବାସ୍ତବ ଯୋଗଦେଇ କହିଲେ ରେଲୱେ ବୋର୍ଡ ଭେଣ୍ଡରମାନଙ୍କ ବିକାଶ ପାଇଁ ସମ୍ପୂର୍ଣ୍ଣ ଗୁରୁତ୍ବାରୋପ କରାଯାଉଛି। ରେଳପଥର ଦ୍ରୁତ ବିକାଶଧାରା ଜାରି ରହିଛି। ବର୍ତମାନ ସମୟର ଆବଶ୍ୟକତା ହେଉଛି ଭେଣ୍ଡର ବେସ୍‌ର ସମ୍ପ୍ରସାରଣ।

ରେଲ୍‌ୱେ ବୋର୍ଡର ନିର୍ବାହୀ ନିର୍ଦେଶକ(ଭଣ୍ଡାର) ମନୋଜ କୁମାର ଗୁପ୍ତା ଯୋଗଦେଇ କହିଲେ ନୂତନ ଭେଣ୍ଡର ସୃଷ୍ଟି କରିବା ଓ ବର୍ତମାନ ଥିବା ଭେଣ୍ଡରଗୁଡ଼ିକର ଉତ୍ପାଦ ରେଞ୍ଜ୍‌ର ବୃଦ୍ଧି କରାଇବା ଭାରତୀୟ ରେଳପଥର ପ୍ରମୁଖ ଲକ୍ଷ୍ୟ ହୋଇଛି। ଭଣ୍ଡାର ବିଭାଗର କ୍ରୟ ପ୍ରକ୍ରିୟାକୁ ଡିଜିଟାଲାଇଜ୍‌ କରିଦିଆଯାଇଛି। ଭେଣ୍ଡରମାନଙ୍କ ବ୍ୟକ୍ତିଗତ ଉପସ୍ଥିତିର ଆବଶ୍ୟକତାକୁ ସର୍ବନିମ୍ନସ୍ତରକୁ ଅଣାଯାଇପାରିଛି। ପୂର୍ବତଟ ରେଳପଥର ମୁଖ୍ୟ ସାମଗ୍ରୀ ପ୍ରବନ୍ଧକ ସୁଧାଂଶୁ କୁମାର ଗୁପ୍ତା ଯୋଗଦେଇ କହିଲେ ଭାରତୀୟ ରେଳପଥ ପରିବର୍ତନ ହେଉଛି। ଭାରତର ପ୍ରଗତିଶୀଳ ପରିବହନ ଆବଶ୍ୟକତାକୁ ପୂରଣ କରିବା ପାଇଁ ଆଗାମୀ ବର୍ଷଗୁଡ଼ିକରେ ଦୃଢ଼ ବିକାଶର ଆକାଂକ୍ଷା ରଖିଛି। ରେଳପଥଗୁଡ଼ିକର ଆକାଂକ୍ଷାକୁ ପୂରଣ କରିବା ପାଇଁ ନୂତନ ଭେଣ୍ଡର ସୃଷ୍ଟି କରିବା ଓ ବର୍ତ୍ତମାନର ଭେଣ୍ଡର ବେସ୍‌ର ଉତ୍ପାଦ ରେଞ୍ଜ ବୃଦ୍ଧି କରିବା ଅତି ଗୁରୁତ୍ବପୂର୍ଣ୍ଣ। ଅନ୍ୟମାନଙ୍କ ମଧ୍ୟ‌ରେ ଚିତ୍ତରଞ୍ଜନ ଲୋକୋମୋଟିଭ୍‌ ୱାର୍କସ୍‌ର ମୁଖ୍ୟ ସାମଗ୍ରୀ ପ୍ରବନ୍ଧକ ରାଜେଶ ଗୁପ୍ତା, ଆର୍‌ଡିଏସ୍‌ଓର ନିର୍ଦେଶକ ଏ କେ ଭାରତୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର