ବଙ୍ଗୋପସାଗରରେ ସୃଷ୍ଟିହେଲା ଲଘୁଚାପ: ୪୮ ଘଣ୍ଟା ଯାଏ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରର ପଶ୍ଚିମବଙ୍ଗ ଓ ବାଂଲାଦେଶରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଘନିଭୂତ ହୋଇଛି। ଘୁର୍ଣ୍ଣିବଳୟ ଘନିଭୂତ ହୋଇ ଉତ୍ତରପଶ୍ଚିମ ବଙ୍ଗେପସାଗରେ ଲଗୁଚାପର ରୂପ ନେଇଛି।ଏହାର ପ୍ରଭାବରେ ଆଜି ରାଜ୍ୟରେ ଝଡ଼ତୋଫାନ ସହ ବର୍ଷା ହେବ ବୋଳି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଆଗାମୀ ୪୮ ଘଣ୍ଟା ମଧ୍ୟରେ କେତେକ ସ୍ଥାନରେ ପ୍ରବଳରୁ ପ୍ରବଳତ୍ତର ବର୍ଷା ହେବାର ଅନୁମାନ କରାଯାଉଛି। ଏ ନେଇ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼ ଓ କନ୍ଧମାଳ ଆଦି ୧୮ଟି ଜିଲ୍ଲାକୁ ସତର୍କ ରହିବା ପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ଗତକାଲଇ ରାତିରୁ ଲଘୁଚାପ ପ୍ରଭାବରେ ଭୁବନେଶ୍ୱରରେ ଝିପିଝିପି ବର୍ଷାର ଆରମ୍ଭ ହୋଇଯାଇଛି। ସମଗ୍ର ଆକାଶ ମେଘାଚ୍ଛନ ରହିଥିବା ବେଳେ ସମ୍ଭାବ୍ୟ ବର୍ଷାକୁ ଆଖି ଆଗରେ ରଖି ଜିଲ୍ଲାପାଳମାନେ ସତର୍କ ରହିବା ପାଇଁ ସ୍ୱତନ୍ତ୍ର ରିଲିଫ କମିସନଙ୍କ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର