ଏହି ୭ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା, ସନ୍ଧ୍ୟା ୭ଟା ୧୫ ପର୍ଯ୍ୟନ୍ତ ସତର୍କ ରହିବାକୁ ପାଣିପାଗ ବିଭାଗର ସୂଚନା

ଭୁବନେଶ୍ୱର: ମଙ୍ଗବଳାର କାଳବୈଶାଖୀ, ବର୍ଷା, ପବନ ଓ ବଜ୍ରପାତ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ସନ୍ଧ୍ୟା ୭ଟା ୧୫ପର୍ଯ୍ୟନ୍ତ ୭ଟି ଜିଲ୍ଲାର ଅଧିବାସୀଙ୍କୁ ସତର୍କ ରହିବାକୁ କୁହାଯାଇଛି। ଏହି ୭ଟି ଜିଲ୍ଲା ମଧ୍ୟରେ ନୂଆପଡ଼ା, ବଲାଙ୍ଗିର, କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ନୟାଗଡ଼ ଆଦି ରହିଛି। କାଳବୈଶାଖୀ, ବର୍ଷା, ପବନ ଓ ବଜ୍ରପାତ ସମୟରେ ଘରୁ ବାହାରିବା ବିପଦପୂର୍ଣ୍ଣ । ତେଣୁ ଏହି ସମୟରେ ଘରୁ ନବାହାରିକୁ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଦେଇଛି। ଏହି କାଳବୈଶାଖୀ ହେତୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବ ବୋଲି ଅନୁମାନ କରାଯାଉଛି।

ସୂଚନାଯୋଗ୍ୟ, ଆସନ୍ତା ୧୪ ତାରିଖରୁ ରାଜ୍ୟରେ ୨ରୁ ୩ଡିଗ୍ରି ତାପମାତ୍ର କମିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଉପକୂଳ ଓଡ଼ିଶାରେ ୯,୧୦ ଓ ୧୧ରେ ଝଡ଼ତୋଫାନ୍‌ ଆଶଙ୍କା ରହିଛି। ପଶ୍ଚିମ ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା କ୍ଷୀଣ ରହିଛି।

ସମ୍ବନ୍ଧିତ ଖବର