କିଛି ସ୍ଥାନରେ ଦିନରେ ଅନ୍ଧାର ହେଲା, କେଉଁଠି ପୁଣି ଛେଚିଲା ବର୍ଷା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଅଦିନିଆ ବର୍ଷା ଲାଗି ରହିଛି । ସକାଳୁ ସକାଳୁ ରାଜ୍ୟର କିଛି ସ୍ଥାନରେ ଏତେ ମାତ୍ରାରେ ବାଦଲ ଢ଼ାଙ୍କି ଯାଇଥିଲା ଯେ ଦିନରେ ରାତିର ଭ୍ରମ ସୃଷ୍ଟି ହୋଇଥିଲା । ଏହା ସହିତ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ବର୍ଷା ହୋଇଛି । ସକାଳ ୮ଟା ୩୦ ସୁଦ୍ଧା ସୋନପୁରରେ ସର୍ବାଧିକ ୫୭ ଦଶମିକ ୮ ମିଲିମିଟର ବର୍ଷା ହୋଇଛି । ଏଭଳି ସ୍ଥିତି ୨ଦିନ ଲାଗି ରହିବ ଏବଂ ୨୭ରୁ ପାଗ ବଦଳିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ୧୮ଟି ଜିଲ୍ଲାରେ ଅଧିକ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ନୟାଗଡ

ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ସୁନ୍ଦରଗଡ,ଝାରସୁଗୁଡା, ସମ୍ବଲପୁର, ବରଗଡ, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, ଅନୁଗୁଳ, ଢ଼େଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ନୟାଗଡରେ ବର୍ଷା ହେବ । ଏହି ସମୟରେ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଅନ୍ୟପଟେ, ଅଦିନିଆ ବର୍ଷାରେ ମଣ୍ଡି ଭିଜିଛି ।

ଭୁବନେଶ୍ୱର

ବର୍ଷା ପାଣିରେ ଓଦା ହୋଇଛି କ୍ୱିଂଟାଲ କ୍ୱିଂଟାଲ ଧାନ । ଗତକାଲି ଠାରୁ ବୌଦ୍ଧ ଜିଲ୍ଲାରେ ବର୍ଷା ସହିତ ପବନ ଲାଗି ରହିଛି । ଯାହା ପାଇଁ ଜିଲ୍ଲାର ଅନେକ ମଣ୍ଡିରେ ପାଣି ବର୍ଷା ଜମି ରହିଛି । ଶିମିଳିପଦର, ଶୁଣ୍ଡିପଦର, ବରଗୋଛା, ଲମ୍ବସରି, ସରସରା, ବହିରା ମଣ୍ଡିରେ ଥିବା କ୍ୱିଂଟାଲ କ୍ୱିଂଟାଲ ଧାନରେ ବସ୍ତା ବର୍ଷା ପାଣିରେ ଭିଜୁଛି । ପୂର୍ବରୁ ଜିଲ୍ଲାରେ ୬୫୦ ଜଣ ଚାଷୀଙ୍କ ଟୋକନ ରଦ୍ଧ ହୋଇଥିଲା । ଯାହା ପାଇଁ ୩ ହଜାର କ୍ୱିଂଟାଲ ଧାନ ମଣ୍ଡିରେ ପଡ଼ି ରହିଥିଲା ।

ସମ୍ବନ୍ଧିତ ଖବର