ଭୁବନେଶ୍ୱର : ଉତ୍ତର ବଙ୍ଗୋପସାଗରରେ ୨୫ ତାରିଖ ଅପରାହ୍ନ ସୁଦ୍ଧା ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ପରବର୍ତୀ ସମୟରେ ଏହା ଲଘୁଚାପରେ ପରିଣତ ହେବ। ପ୍ରଭାବରେ ୩ରୁ ୪ ଦିନ ଧରି ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।
ବିଭାଗ ପକ୍ଷରୁ ଆକଳନ କରାଯାଇଛି, ଏବେ ପଶ୍ଚିମ ଓ ଉତ୍ତର ଭାରତ ଉପରେ ୫ରୁ ଅଧିକ ଘୂର୍ଣ୍ଣିବଳୟ ରହିଛି। ଓଡ଼ିଶା ଉପରେ ଏବେ ଏହାର ପ୍ରଭାବ ପଡ଼ିବନି। ୨୬ ତାରିଖ ଅପରାହ୍ନ ବେଳକୁ ଉତ୍ତର ବଙ୍ଗୋପସାଗର ଉପରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ଉତ୍ତର, ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୨୬ରୁ ୨୯ ତାରିଖ ଯାଏ ବର୍ଷା ଲାଗିରହିବ। ଗତ ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିଥିଲା। ଭୁବନେଶ୍ୱରରେ ସର୍ବାଧିକ ୫.୧ ମିମି ବର୍ଷା ହୋଇଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।