୧୬ରୁ ଦକ୍ଷିଣ, ଉପକୂଳ ଓଡ଼ିଶାରେ ବର୍ଷା

ଭୁବନେଶ୍ୱର : ଦକ୍ଷିଣ ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଏହା ତାମିଲନାଡ଼ୁ ଉପକୂଳ ଦେଇ ଆନ୍ଧ୍ର ପ୍ରଦେଶ, ଓଡ଼ିଶାକୁ ଗତି କରିବାର ସମ୍ଭାବନା ଅଧିକ। ଏହାର ପ୍ରଭାବରେ ଆସନ୍ତା ୧୬ରୁ ୧୮ ତାରିଖ ମଧ୍ୟରେ ଦକ୍ଷିଣ, ଉପକୂଳ ଏବଂ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଳଗୁଚାପ ପ୍ରଭାବରେ ୧୨ ତାରିଖ ପରଠାରୁ ମେଘୁଆ ପାଗ ରହିବ। ବାୟୁମଣ୍ଡଳରେ ଜଳୀୟବାଷ୍ପ ବି ଭରିଯିବ। ଫଳରେ ଥଣ୍ଡା କମିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଆଜି ଫୁଲବାଣୀ ଏବଂ ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୩° ସେଲ୍‌ସିୟସ ରେକର୍ଡ କରାଯାଇଛି। ସେହିପରି କୋରାପୁଟରେ ୧୫°, ହୀରାକୁଦରେ ୧୫.୪°, ଭବାନୀପାଟଣା, ସୁନ୍ଦରଗଡ଼ରେ ୧୬°, କେନ୍ଦୁଝରରେ ୧୬.୩°, ଅନୁଗୁଳରେ ୧୭.୬°, ସମ୍ବଲପୁରରେ ୧୭.୭°, ବଲାଙ୍ଗୀର, ବାରିପଦାରେ ୧୮°, ସୋନପୁରରେ ୧୮.୨°, ଝାରସୁଗୁଡ଼ାରେ ୧୮.୪°, ଟିଟିଲାଗଡ଼ରେ ୧୮.୫°, ବାଲେଶ୍ୱରରେ ୧୮.୮°, ତାଳଚେରରେ ୧୯.୩°, ଭୁବନେଶ୍ୱରରେ ୧୯.୪°, କଟକରେ ୧୯.୫°, ଢେଙ୍କାନାଳରେ ୧୯.୭°, ଚାନ୍ଦବାଲିରେ ୧୯.୮° ରହିଛି।

ସମ୍ବନ୍ଧିତ ଖବର