ଆଜିଠୁ ଦୁଇ ଦିନ ହାଲୁକା ବର୍ଷା

ଭୁବନେଶ୍ୱର : ଆସନ୍ତା ଦୁଇଦିନ ଓଡ଼ିଶାର କେତେକ ଅଞ୍ଚଳରେ ହାଲୁକା ବର୍ଷା ହେବ। ୮ ତାରିଖରେ ଉପକୂଳ ଓଡ଼ିଶା ଓ ୯ ତାରିଖରେ ଦକ୍ଷିଣ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ କୋହଲା ପାଗ ସାଙ୍ଗକୁ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତା ୬ ଦିନ ମଧ୍ୟରେ ତାପମାତ୍ରାରେ ସେତେଟା ଫରକ ଆସିବ ନାହିଁ। ଅନ୍ୟପକ୍ଷରେ ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରି ରେକର୍ଡ ‌କରାଯାଇଛି।

ସମ୍ବନ୍ଧିତ ଖବର