ଆଗାମୀ ୨୪ଘଣ୍ଟା ଭିତରେ ଏହିସବୁ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୬ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ଆଶଙ୍କା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୂମାନ କରିଛି। ମୌସୁମୀ ବାୟୁ ନିର୍ଦ୍ଧାରିତ ସମୟ ଠାରୁ ଦୁଇ ଦିନ ଆଗୁଆ ଓଡିଶାକୁ ଛୁଇଁ ସାରିଥିବା ବେଳେ ଏହାର ପ୍ରଭାବରେ ଆଜି ୬ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେଓଗଡ଼ କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ଘଡ଼ଘଡି ସହ ବର୍ଷା ହେବ। ସେହିପରି କେନ୍ଦୁଝର, ମୟୂରଭଞ୍ଜ,ନୂଆପଡ଼ା, କଳାହାଣ୍ଡି ଓ ବଲାଙ୍ଗିର ଆଦି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଓଡ଼ିିଶାର ଉପକୂଳ ଅଞ୍ଚଳ ତଥା ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଂଚଳରେ ପ୍ରବଳ ବର୍ଷା ହୋଇଛି । ଶନିବାର ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ମୌସୁମୀ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଗତକାଲି ଟିଟଲାଗଡ଼ରେ ସର୍ବାଧିକ ତାପମାତ୍ର ୩୯.୫ଡିଗ୍ରୀ ସେଲସିୟସ୍‌ ଥିବା ବେଳେ ସୁନ୍ଦରଗଡ଼ରେ ୧୯.୦ଡିଗ୍ରୀ ସର୍ବନିମ୍ନ ତାପମାତ୍ର ରହିଥିଲା।

ସମ୍ବନ୍ଧିତ ଖବର