ଲଘୁଚାପ ବର୍ଷା: ଉପକୂଳ ଓଡ଼ିଶାର ସ୍ଥାନରେ ଆହୁରି ୨୪ ଘଣ୍ଟା ବର୍ଷା ସମ୍ଭାବନା

ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ ବର୍ଷିବ

ଭୁବନେଶ୍ୱର: ବଙ୍ଗୋପ ସାଗରରେ ଲଘୁଚାପ ପ୍ରଭାବରେ ସୃଷ୍ଟି ହୋଇଥିବା ଡିପ୍‌ଡିପ୍ରେସନ ଉତ୍ତର-ଉତ୍ତରପୂର୍ବ ଦିଗ ଆଡ଼କୁ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ମୁହାଁଇଛି। ଗୋପାଳପୁର ବନ୍ଦରର ପୂର୍ବରେ ୧୭୦ କିଲୋମିଟର ଦୂର ଓ ପାରାଦୀପ ବନ୍ଦରର ଦକ୍ଷିଣ-ଦକ୍ଷିଣପଶ୍ଚିମରେ ୧୨୦ ଦୂରରେ ଏହା ପହଞ୍ଚିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଠାରୁ ମିଳିଥିବା ସୂଚନା ଅନୁସାରେ ଉତ୍ତର-ଉତ୍ତରପୂର୍ବ ଦିଗକୁ ଏହା ଗତି କରିପାରେ। ଫଳରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହେବାକୁ ଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବ।

ଚାଷୀମାନଙ୍କ ପାଇଁ ଖୁସିର ଖବର ଯେ, ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା କମ୍‌। ପାରାଦୀପ ଓ ଗୋପାଳପୁର ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଦିଆଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୫ରୁ ୫୫ କିଲୋମିଟର ରହିବାକୁ ଥିବା ବେଳେ ଉପକୂଳରେ ଘଣ୍ଟା ପ୍ରତି ୬୫ କିଲୋମିଟର ବେଗରେ ପବନ ହେବ। ତେଣୁ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି।

ସମ୍ବନ୍ଧିତ ଖବର