୨୮ରୁ ୩୧ ଯାଏଁ ଉତ୍ତରରେ ସ୍ୱଳ୍ପ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ପାଗ ଶୁଖିଲା ରହିଛି। ଏଭଳି ଆହୁରି ୪/୫ ଦିନ ଶୁଖିଲା ରହିପାରେ। ଏହାପରେ ଏକ ଟ୍ରଫ୍‌ ଲାଇନ ସୃଷ୍ଟି ହେବାର ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ୨୮ ତାରିଖ ବେଳକୁ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହେବ। ୩୦ରୁ ୩୧ ତାରିଖ ପର୍ଯ୍ୟନ୍ତ ସେଠାରେ ବର୍ଷା ଲାଗି ରହିବ। ଏଭଳି ପାଗ ପରେ ଦିନର ତାପମାତ୍ରା କେତେକାଂଶରେ କମିବାର ସମ୍ଭାବନା ରହିଛି।
ଆଜି ଏଭଳି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଏହି ପୂର୍ବାନୁମାନ ଅନୁଯାୟୀ ୨୬ ତାରିଖ ପରେ ଏକ ଟ୍ରଫ୍‌ ଲାଇନ ସୃଷ୍ଟି ହେବ। ଏହା ଦେଶର ପଶ୍ଚିମ ଦିଗରୁ ପୂର୍ବ ଦିଗ ପର୍ଯ୍ୟନ୍ତ ଲମ୍ବିଆସିବ।

ଏହାର ବିଶେଷ ପ୍ରଭାବ ରହିନପାରେ। ତଥାପି ଉତ୍ତର ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପ ପରିମାଣର ବର୍ଷା କରାଇବାର ସମ୍ଭାବନା ରହିଛି। ବର୍ଷା ଚାଲିଯିବା ପରେ ଉତ୍ତର ସହିତ ବିଭିନ୍ନ ସ୍ଥାନରେ ଥଣ୍ଡା ଅନୁଭୂତ ହେବ।
ଗତ ୨୪ ଘଣ୍ଟା ମଧ୍ୟରେ ଆସ୍କାରେ ସର୍ବାଧିକ ୮୦ ମିଲିମିଟର ବର୍ଷା ହୋଇଥିଲା। ସେହିପରି ଜଗନ୍ନାଥପ୍ରସାଦରେ ୩୦ ମି.ମି., ନବରଙ୍ଗପୁର, କୋରାପୁଟ, ଡାବୁଗାଁ, ଜୟପୁର, ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟିରେ ୨୦ ମି.ମି., ଭଦ୍ରକର ଆଖୁଆପଦା, ରାୟଗଡ଼ାର ବିଷମ-କଟକ, ଗଜପତିର ମହେନ୍ଦ୍ରଗଡ଼ରେ ୧୦ ମି.ମି. ବର୍ଷା ହୋଇଥିଲା। ଆଜି ସନ୍ଧ୍ୟା ସୁଦ୍ଧା କୌଣସି ସ୍ଥାନରେ ବର୍ଷା ହୋଇନଥିବା ପାଣିପାଗ କେନ୍ଦ୍ର ସୂଚନାରୁ ଜଣାଯାଇଛି।

ସମ୍ବନ୍ଧିତ ଖବର