ଥମିଲା ବର୍ଷା: ଉତ୍ତର ଓ ଦକ୍ଷିଣ ଅଭ୍ୟନ୍ତରୀଣ ଓଡ଼ିଶାର କେତେଟି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ବର୍ଷା ଆଶଙ୍କା

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଥିବା ଲଘୁଚାପ ଧୀରେଧୀରେ ଦୁର୍ବଳ ହେଉଛି। ଏହାର ପ୍ରଭାବ ଉତ୍ତର ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ରହିଛି। ଫଳରେ ଉତ୍ତର ଓ ଦକ୍ଷିଣ ଅଭ୍ୟନ୍ତରୀଣ ଓଡ଼ିଶାର କେତେଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ନେଇ ମଙ୍ଗଳବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ। ସେହିପରି ଦକ୍ଷିଣ ଉପକୂଳ ଓଡ଼ିଶରେ ବି ବର୍ଷା ଆଶଙ୍କା ରହିଛି।

ଗତକାଲି ସୁନ୍ଦରଗଡ଼ରେ ସର୍ବନିମ୍ନ ତାପମାତ୍ର ୧୯.୦ଡିଗ୍ରି ସେଲସିୟସ୍‌ ରହିଥିଲା । ସେହିପରି କନ୍ଧମାଳ, ସୋନପୁର, ବରଗଡ଼, ନବରଙ୍ଗପୁର, କଟକ, ସମ୍ବଲପୁର, ମୟୁରଭଞ୍ଜ, ବାଲେଶ୍ୱର, ମାଲକାନଗିରି, ବରଗଡ଼, ରାୟଗଡ଼ା, ଝାରସୁଗୁଡ଼ା, ଢ଼େଙ୍କାନାଳ, ଗଜପତି, ନବରଙ୍ଗପୁର, ସୁନ୍ଦରଗଡ଼, ବାଲେଶ୍ୱର ଓ କୋରାପୁଟ ଆଦି ଜିଲ୍ଲାରେ ବର୍ଷା ହୋଇଥିଲା। ତେବେ ଏବେ ବର୍ଷାର ସମାନ୍ୟ ତ୍ରାହି ମିଳିଛି। କିଛିଦିନ ଧରି ଲଗାଣ ବର୍ଷା ହେତୁ ଯାତାୟାତରେ ଘୋର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ଲଘୁଚାପ ଧୀରେଧୀରେ ଦୁର୍ବଳ ହେବା ହେତୁ ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ।

ସମ୍ବନ୍ଧିତ ଖବର