ଦୁର୍ବଳ ହେଲା ଲଘୁଚାପ, ତଥାପି ଏସବୁ ସ୍ଥାନରେ ବର୍ଷା ଆଶଙ୍କା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଗତ ତିନିଚାରି ଦିନ ହେବ ଲଗାଣ ବର୍ଷା ଜାରି ରହିଥିଲା। ଫଳରେ ବର୍ଷା ହେତୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ ଏପରି କି ସ୍କୁଲ ମଧ୍ୟ ଗୋଟିଏ ଦିନ ପାଇଁ ଛୁଟି ଘୋଷଣା କରି ଦିଆଯାଇଥିଲା। ବର୍ଷା ହେତୁ ଅନେକ ଘର, କାର୍ଯ୍ୟାଳୟ ଓ ସ୍କୁଲ ଆଦି ଜଳବନ୍ଦୀରେ ରହିଥିଲା। ଯାତାୟାତରେ ଅନେକ ଅସୁବିଧା ପରିଲକ୍ଷିତ ହୋଇଥିଲା।

ଲଘୁଚାପ ଦୁର୍ବଳ ହେବା ହେତୁ ବର୍ଷା ଥମି ଯାଇଛି ପାଗ ଶୁଖିଲା ରହିଛି। ତଥାପି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ରବିବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ। ଗତକାଲି କେନ୍ଦୁଝରରେ ୨ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ନୟାଗଡ଼ରେ ୧ମିମି ବର୍ଷା ହୋଇଥିବା ଜଣାପଡ଼ିଥିଲା। ସେହିପରି ଗୋପାଳପୁରରେ ସର୍ବାଧକ ୩୩.୩ଡିଗ୍ରି ସେଲସିୟସ୍‌ ଓ ଫୁଲବାଣୀରେ ସର୍ବନିମ୍ନ ୧୯.୦ଡିଗ୍ରି ସେଲସିୟସ୍‌ ତାନମାତ୍ରା ରେକର୍ଡ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର