ଦୁଇ ଘଣ୍ଟାରେ ବଲାଙ୍ଗୀର ବେହାଲ

ବଲାଙ୍ଗୀର : ବଲାଙ୍ଗୀର ସହର ପୁଣି ଦେଖିଛି ବନ୍ୟା ଭଳି ଚିତ୍ର। ଦୁଇ ଘଣ୍ଟା ବର୍ଷାରେ ଲକ୍ଷ୍ମୀଯୋରକୁ ଲାଗି ରହୁଥିବା ପଡ଼ାବାସୀଙ୍କ ଅବସ୍ଥା ବେହାଲ ହୋଇପଡ଼ିଛି।

ସୂଚନା ଅନୁସାରେ, ଆଜି ସକାଳ ୮ଟାରୁ ବାଦଲଫଟା ବର୍ଷା ଆରମ୍ଭ ହୋଇଥିଲା। ଅଳ୍ପଅଳ୍ପ ପାଣି ଯାଉଥିବା ଲକ୍ଷ୍ମୀଯୋର ଧୀରେ ଧୀରେ ଫୁଲିବାକୁ ଲାଗିଥିଲା। ୮ଟାରୁ ସାଢ଼େ ୯ଟା ଯାଏ ଦେଢ଼ ଘଣ୍ଟା କାଳ ମୂଷଳ ଧାରାରେ ବର୍ଷା ହୋଇଥିଲା। ୧୦ଟାରେ ବର୍ଷା ଛାଡ଼ିଥିଲା। ଏହି କିଛି ସମୟ ବର୍ଷାରେ ଲକ୍ଷ୍ମୀଯୋର ନାଳା କିଛି କିଛି ସ୍ଥାନରେ ଉଛୁଳିଥିଲା। ଲକ୍ଷ୍ମୀଯୋରକୁ ଲାଗି ରହିଥିବା ଠିକାଦାରପଡ଼ା, ଡେମ୍‌ପଡ଼ାର ବହୁ ଲୋକଙ୍କ ଘରକୁ ପାଣି ପଶିଥିଲା। ପଡ଼ାର ଶତାଧିକ ଲୋକ ଦୁଇଘଣ୍ଟାର ବର୍ଷାରେ ପାଣି ଘେରରେ ରହି ଯାଇଥିଲେ। କିଏ ଘରୁ ନିଜ ସାମଗ୍ରୀ ବାହାରକୁ ବୋହି ନେଉଥିଲା ତ ଆଉ କିଏ ପୂର୍ବ ବନ୍ୟାର ଭୟରେ ଘର ଛାଡ଼ି ବାହାରକୁ ଚାଲି ଯାଉଥିଲେ। ଠିକାଦାରପଡ଼ାରେ ଲକ୍ଷ୍ମୀଯୋର କୂଳ ଅଂଚଳରେ ରହୁଥିବା ଲୋକଙ୍କ ଘରକୁ ନାଳା ପାଣି ଦ୍ରୁତ ଗତିରେ ପଶୁଥିଲା। ସେହିପରି ଡେମପଡ଼ାରେ ଭୟାନକ ଚିତ୍ର ଦେଖାଯାଇଥିଲା। ପଡ଼ାସାରା ଲୋକେ ପାଣି ଘେରରେ ରହିଥିଲେ। କିଏ ଛାତ ଉପରେ ତ ଆଉ କିଏ ପଡ଼ା ବାହାରେ ରହିଥିଲେ। ମାଟିଘର ସବୁ ଭାଙ୍ଗି ଯାଇଥିଲା। କେହି କେହି ପଲିଥିନ ପକାଇ ଘର କରିଥିଲେ। ସେସବୁ ବି ପାଣିରେ ଧୋଇନେଇଛି। ସ୍କୁଲ ପାଣି ଘେରରେ ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର