ସୂର୍ଯ୍ୟମନ୍ଦିର ପରିସରରେ ପୁଣି ପାଣି

କୋଣାର୍କ  : ସୂର୍ଯ୍ୟମନ୍ଦିର ପରିସରରେ ବର୍ଷା ପାଣି ଜମିରହିବା ସମସ୍ୟାର କୌଣସି ସମାଧାନ ହୋଇ ପାରି ନାହିଁ। ବାରମ୍ବାର ପାଣି ଜମି ରହିବା ପରେ ପ୍ରଶାସନିକ ଅଧିକାରୀ ସମୀକ୍ଷା କରି ଫେରିଛନ୍ତି। କିନ୍ତୁ ସ୍ଥିତିରେ କୌଣସି ସୁଧାର ଆସି ନାହିଁ। ଲଗାଣ ବର୍ଷା ନୁହେଁ, ଆଜି ମାତ୍ର ଅସରାଏ ବର୍ଷାରେ ସୂର୍ଯ୍ୟ ମନ୍ଦିର ପରିସରରେ ଅଭାବନୀୟ ସ୍ଥିତି ପରିଲକ୍ଷିତ ହୋଇଛି। ମାତ୍ର କିଛି ସମୟର ବର୍ଷା ପରେ ମନ୍ଦିର ପରିସରରେ ଆଣ୍ଠୁଏ ପାଣି ଜମି ରହିଥିଲା। ବାରମ୍ବାର ବର୍ଷାରେ ଏଭଳି ପାଣି ଜମି ରହିଲେ ମନ୍ଦିର ଦୁର୍ବଳ ହୋଇଯିବାର ଆଶଙ୍କା ଥିବା ବୁଦ୍ଧିଜୀବୀମାନେ ଆଶଙ୍କା କରିଛନ୍ତି। ଅନ୍ୟପକ୍ଷରେ ଜଗମୋହନରେ ହୋଇଥିବା ଫାଟଦେଇ ମଧ୍ୟ ବର୍ଷାପାଣି ମନ୍ଦିର ଭିତରକୁ ପ୍ରବେଶ କରି ମନ୍ଦିର ଦବୁଥିବାର ଅଭିଯୋଗ ହୋଇ ଆସୁଛି। ମନ୍ଦିର ଦବିବା ଫଳରେ ମନ୍ଦିରର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ଦେଖାଯାଉଛି।

ସମ୍ବନ୍ଧିତ ଖବର