ଭୁବନେଶ୍ୱର: ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଏହି ୧୫ଟି ଜିଲ୍ଲାରେ ଘଡ଼ଘଡ଼ ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗକେନ୍ଦ୍ର ସୋମବାର ସତର୍କ ସୂଚନା ଜାରି କରିଛି। କେତେକ ସ୍ଥାନରେ କୁଆପଥର ପଡ଼ିବା ସହ ବର୍ଷା ସମ୍ଭାବନା ରହିଛି। ତେଣୁ ମୟୂରଭଞ୍ଜ,କେନ୍ଦୁଝର, ବାଲେଶ୍ୱର, ଦେଓଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ଢ଼େଙ୍କାନାଳ, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, କଟକ ଆଦି ବାସିନ୍ଦାଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗର ସୂଚନା। ତେଣୁ ଏହି ସମୟର ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି। ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାର କିଛିସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବାବେଳ ଉପକୂଳବର୍ତ୍ତୀ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥଶନ ବର୍ଷା ହେବ ବୋଲି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗତକାଲି ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ସୁନ୍ଦରଗଡ଼,ବରଗଡ଼,ବଲାଙ୍ଗୀର,କନ୍ଧମାଳ, ଢ଼େଙ୍କାନାଳ, ନବରଙ୍ଗପୁର, ଅନୁଗୁଳ, ସୁନ୍ଦରଗଡ଼, କଳାହାଣ୍ଡି ଓ କଟକ ଆଦି ଜିଲ୍ଲାରେ ବର୍ଷା ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଗତକାଲି ଟିଟଲାଗଡ଼ ସର୍ବାଧିକ ତାପମାତ୍ର ୪୧.୦ଡିଗ୍ରୀ ଥିବା ବେଳେ ସୁନ୍ଦରଗଡ଼ରେ ୨୦.୦ଡିଗ୍ରୀ ସର୍ବନିମ୍ନ ତାପମାତ୍ର ରହିଥିଲା।