ଭୁବନେଶ୍ୱର: ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ବର୍ଷା ଆଶଙ୍କା ନାହିଁ ଏବଂ ପାଗ ଶୁଖିଲା ରହିବ ବୋଲି ମଙ୍ଗଳବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତେବେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମନ୍ୟ ବର୍ଷା ହେବା ନେଇ ଆଶଙ୍କା ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟରେ ଦୁଇ ସପ୍ତାହ ହେବ ଲାଗି ରହିଥିବା ବର୍ଷା ହେତୁ କେତେକ ନଦୀରେ ବନ୍ୟା ହେବା ସହିତ ଘରଦ୍ୱାରରେ ପାଣି ପଶି ଲୋକଙ୍କ ଜୀବନଯାପନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା। ଏଥିପାଇଁ ସ୍କୁଲ ଓ କଲେଜ ମଧ୍ୟ ଛୁଟି ହୋଇଯାଇଥିଲା। ବର୍ଷା ଥମିବା ପରେ ପାଣିପମ୍ପ ସାହାଯ୍ୟର ସ୍କୁଲଠାରୁ ଆରମ୍ଭ କରି ଲୋକଙ୍କ ଘରୁ ପାଣି ନିଷ୍କାସନ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଆଜି ବୈତରଣୀର ଶାଖା କଣି ନଦୀରେ ଦୁଇଟି ଘାଇ ସୃଷ୍ଟି ହୋଇ ଲୋକମାନଙ୍କ ଚାଷଜମିରେ ପାଣି ପଶି ଯାଇଥିବା ଜଣାପଡ଼ିଛି।
ଗତକାଲି ଚାନ୍ଦବାଲିରେ ସର୍ବାଧିକ ତାପମାତ୍ରା ୩୩.୯ଡିଗ୍ରୀ ଥିବା ବେଳେ ହୀରାକୁଦରେ ୨୦.୨ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରହିଥିଲା। ସେହିପରି କଟକ, ଯାଜପୁର, ଭଦ୍ରକ, ସୁନ୍ଦରଗଡ଼ ଆଦି ସ୍ଥାନରେ ବର୍ଷା ହୋଇଥିଲା।