ଉତ୍ତର ଓଡ଼ିଶାର ବିଭିନ୍ନସ୍ଥାନରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୭ଟି ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ସହିତ କୁଆପଥର ମାଡ ହେବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ୫୦ରୁ ୬୦କିଲୋମିଟର ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶନିବାର ପୂର୍ବାନୁମାନ କରାଯାଇଛି। ଦକ୍ଷିଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଏବଂ ଉତ୍ତର ଓଡ଼ିଶାର ବିଭିନ୍ନସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟର କେନ୍ଦୁଝର,ମୟୂରଭଞ୍ଜ, ଢ଼େଙ୍କାନାଳ,ଅନୁଗୁଳ, ଯାଜପୁର,ଭଦ୍ରକ,ବାଲେଶ୍ୱର,କେନ୍ଦ୍ରାପଡ଼ା,ଜଗତସିଂହପୁର, ପୁରୀ, କଟକ, କଳାହାଣ୍ଡି, ଗଞ୍ଜାମ, ଗଜପତି, କନ୍ଧମାଳ, ନବରଙ୍ଗପୁର ଓ ନୂଆପଡ଼ା ଆଦି ସ୍ଥାନରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ବର୍ଷା ସହିତ କୁଆପଥର ମାଡ ମଧ୍ୟ ହୋଇପାରେ। ଏହି ସମୟରେ ଘରୁ ବାହାରିବା ବିପଦପୂର୍ଣ୍ଣ ରହିଛି ବୋଲି ଆଞ୍ଚଳିକ ପାଣିପାଗକେନ୍ଦ୍ର ସତର୍କ ସୂଚନା ଜାରି କରିଛି। ବିଜୁଳି ମାରୁଥିବା ସମୟରେ କୌଣସି ବୈଦ୍ୟୁତିକ ସାମଗ୍ରୀ ବ୍ୟବହାର ନକରିବାକୁ ବି କୁହାଯାଇଛି।

ଏହି କ୍ରମରେ ଟିଟଲାଗଡ଼ରେ ସର୍ବାଧିକ ତାପମାତ୍ର ୪୧.୧ଡିଗ୍ରୀ ଥିବା ବେଳେ ହୀରାକୁଦରେ ସର୍ବନିମ୍ନ ତାପମାତ୍ର ୧୯.୧ଡିଗ୍ରୀ ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର