୧୬ ଯାଏଁ ଘଡ଼ଘଡ଼ି ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ କିଛି ସ୍ଥାନରେ ଘଡ଼ଘଡ଼ି, ବିଜୁଳି ମାରିବା ସହିତ ସ୍ୱଳ୍ପ ଧରଣର ବର୍ଷା ହେବ। ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ସଂପୂର୍ଣ୍ଣ ଶୁଖିଲା ରହିବ। ୧୯ ତାରିଖରୁ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

ବିଭାଗୀୟ ସୂଚନା ଅନୁଯାୟୀ ଆସନ୍ତା ୧୫ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗର ଏବଂ ଏହାର ଆଖପାଖରେ ଲଘୁଚାପ କ୍ଷେତ୍ର ପ୍ରସ୍ତୁତି ଚାଲିଛି ଏବଂ ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଆଜି ଦିନବେଳା ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ଉପରେ ରହିଛି। ରାଜଧାନୀ ଆଜି ରାଜଧାନୀ ଭୁବନେଶ୍ୱରରେ ଖରାଦିନର ତାତି ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ସିମିଳିଗୁଡ଼ାରେ ସର୍ବାଧିକ ୮୦ ମିଲିମିଟର ବର୍ଷା ହୋଇଥିଲା। ରାଇକିଆ, ନବରଙ୍ଗପୁର, ଦାରିଙ୍ଗିବାଡ଼ିରେ ୪୦ ମି.ମି., ଫୁଲବାଣୀ, ରାୟଗଡ଼ାର କୋଟ୍ରାଗୁଡ଼ା, ରାଇଘର, ତେଲକୋଇ, କୋରାପୁଟ, ନବରଙ୍ଗପୁରର କୋସଗୁମୁଡ଼ା, ତିରିଂରେ ୨୦ ମି.ମି. ବର୍ଷା ହୋଇଥିଲା। ଆଜି ରାଜ୍ୟର କୌଣସି ସ୍ଥାନରେ ବର୍ଷା ହୋଇନଥିବା ପାଣିପାଗ କେନ୍ଦ୍ର ସୂଚନାର ଜଣାଯାଇଛି।

ସମ୍ବନ୍ଧିତ ଖବର