ରାଜୀବ ସେବା କେନ୍ଦ୍ର ନାଁରେ ଟଙ୍କା ହଡ଼ପ ମହଙ୍ଗା ପଡ଼ିଲା : କନିଷ୍ଠ ଯନ୍ତ୍ରୀ, ସରପଞ୍ଚଙ୍କ ନାଁରେ ଏତଲା

ଧରା ପଡ଼ିଲା ପୁରୁଣା ଘରକୁ ରଙ୍ଗମରା ଚାଲ୍‌, ବ୍ଲକ୍‌ କାର୍ଯ୍ୟାଳୟରୁ ଫାଇଲ୍‌ ଗାଏବ୍‌

କେନ୍ଦ୍ରାପଡ଼ା/ଆଳି : ପ୍ରକଳ୍ପ ନିର୍ମାଣ ନ କରି ଟଙ୍କା ହଡ଼ପ କରିବା ମହଙ୍ଗା ପଡ଼ିଛି। ଶେଷରେ ଆଳି ବ୍ଲକ୍‌ ପଦନିପାଳ ପଞ୍ଚାୟତରେ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ନାଁରେ ୧୬ଲକ୍ଷ ଟଙ୍କା ହଡ଼ପ କରିବା ଘଟଣାରେ କନିଷ୍ଠ ଯନ୍ତ୍ରୀ ଓ ସରପଞ୍ଚଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସ˚ସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲୀପ ପରିଡ଼ା କନିଷ୍ଠ ଯନ୍ତ୍ରୀ ମନୋଜ ବେହୁରା ଓ ପଦନିପାଳ ସରପଞ୍ଚ ରାକେଶ ର˚ଜନ ରାଉତଙ୍କ ନାଁରେ ସରକାରୀ ଅର୍ଥ ହଡ଼ପ କରିଥିବା ନେଇ ଆଳି ଥାନାରେ ଏତଲା ଦେଇଛନ୍ତି। ପୁଲିସ ଏତଲାକୁ ଭିତ୍ତି କରି ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଦଫା ୪୧୭, ୪୦୬, ୪୦୯, ୪୬୫, ୪୬୮, ୪୭୧ ଏବ˚ ୩୪ ଆଇପିସିରେ ମାମଲା(ନ˚-୩୫/୨୦) ରୁଜୁ କରିଛି। କିନ୍ତୁ ଏହି ଘଟଣାରେ ମିଥ୍ୟା ବିଲ୍‌ କରି ତଳୁ ଉପର ଯାଏ ସମସ୍ତେ ମିଳିମିଶି ଟଙ୍କା ବାଣ୍ଟି ନେଇଥିବା କୁହାଯାଉଥିବା ବେଳେ ବିଡିଓ, ସହକାରୀ ଯନ୍ତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୂଚନାନୁଯାୟୀ, ପଦନୀପାଳ ପଞ୍ଚାୟତରେ ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ନାଁରେ ୧୬ଲକ୍ଷ ଟଙ୍କା ହଡ଼ପ କରାଯାଇଥିବା ନେଇ ସାମାଜିକ ଅଡିଟ୍‌ରୁ ଧରାପଡ଼ିଥିଲା। ଏ ନେଇ ଅଧିକ ଖୋଳତାଡ଼ କରାଯିବା ପରେ ଜଣାପଡ଼ିଥିଲା କି ସୁଶାନ୍ତ ରାୟ ଓ ସରପଞ୍ଚ ରାକେଶ ଚନ୍ଦ୍ର ରାଉତ ନିର୍ମାଣ କାମ କରିଥିବା ବେଳେ ୨୧୩, ଏପ୍ରଲ୍‌ ୧୦ରୁ କାମ ଆରମ୍ଭ ହୋଇ ୨୦୧୯ରେ ଶେଷ ହୋଇଛି। ଏ ବାବଦରେ ଦୁଇ ପର୍ପ୍ୟାୟରେ ୨୦୧୯, ଜୁନ୍‌ ୬ ଓ ଜୁଲାଇ ୫ରେ ୧୫ଲକ୍ଷ ୬୩ହଜାର ୮୭୨ଟଙ୍କା ଉଠାଯାଇଛି। କିନ୍ତୁ ରାଜୀବ ସେବା କେନ୍ଦ୍ର ନିର୍ମାଣ ନ କରି ବିଲ୍‌ ଉଠାଯାଇଥିବା ନେଇ ‘ସମ୍ବାଦ’ରେ ଗତ ୫ ତାରିଖରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ ସ୍ତରରେ ତନାଘନା ଆରମ୍ଭ ହୋଇଥିଲା। ଭିଜିଲାନ୍ସ ଡିଏସ୍‌ପି ସତ୍ୟନାରାୟଣ ରାୟଗୁରୁ ଗୁରୁବାର ପନଦିପାଳରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ଏହା ପରଦିନ ଅର୍ଥାତ୍‌ ଶୁକ୍ରବାର ପିଡି ଶ୍ରୀ ପରିଡ଼ା ଓ ଆଳି ବିଡିଓ ଜୟନ୍ତ କୁମାର ପୃଷ୍ଟି ପଦନିପାଳ ପଞ୍ଚାୟତକୁ ଯାଇ ଖୋଳତାଡ଼ କରିବା ସହ ବିଭାଗୀୟ କର୍ତୃପକ୍ଷଙ୍କୁ ପ୍ରକଳ୍ପ ସମ୍ବନ୍ଧରେ ପଚରାଉଚରା କରିଥିଲେ। କିଭଳି ଆଉ କେଉଁ ପରିସ୍ଥିତିରେ ପ୍ରକଳ୍ପ ନିର୍ମାଣ ନ କରି ବିଲ୍‌ ଉଠାଗଲା, ସେ ନେଇ ପ୍ରଶ୍ନ କରାଯିବାରୁ ବିଭାଗୀୟ ଯନ୍ତ୍ରୀ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ବର˚ ସବୁତକ ଦୋଷ ସରପଞ୍ଚଙ୍କ ମୁଣ୍ତକୁ ଠେଲି ଦେଇଥିଲେ। କିନ୍ତୁ ତଦନ୍ତରୁ ରାଜୀବ ସେବା କେନ୍ଦ୍ର ନାଁରେ ସମସ୍ତ ଟଙ୍କା ହଡ଼ପ କରାଯାଇଥିବା ସ୍ପଷ୍ଟ ହେଇଯିବା ପରେ ପିଡି ଆଳି ଥାନାରେ ଯନ୍ତ୍ରୀ ଶ୍ରୀ ବେହୁରା ଓ ସର˚ପଚ ଶ୍ରୀ ରାଉତଙ୍କ ନାଁରେ ଏତଲା ଦେଇଛନ୍ତି।

ସମ୍ବନ୍ଧିତ ଖବର