ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କର ଶ୍ରାଦ୍ଧ ଦିବସ ପାଳନ

ବାରିପଦା : ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ସ୍ଥାନୀୟ ଦଳୀୟ କାର୍ଯ୍ୟାଳୟରେ ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପୂର୍ବତନ ଜାତୀୟ କଂଗ୍ରେସ ସଭାପତି ସ୍ୱର୍ଗତଃ ରାଜୀବ ଗାନ୍ଧୀଙ୍କର ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ୱର୍ଗତଃ ଗାନ୍ଧୀଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଉପସ୍ଥିତ ସମସ୍ତ କର୍ମୀ ଓ ନେତୃମଣ୍ଡଳୀ ସ୍ୱର୍ଗତଃ ଗାନ୍ଧୀଙ୍କର ଆଦର୍ଶରେ ଅନୁପ୍ରାଣୀତ ହୋଇ ଐକ୍ୟବଦ୍ଧ ହୋଇ କାମ କରିବାକୁ ସଙ୍କଳ୍ପ ନେଇଥିଲେ ।

ଏହାପରେ ଜିଲ୍ଲା କଂଗ୍ରେସ ପକ୍ଷରୁ ମାସ୍କ ବଣ୍ଟନ କରାଯିବା ସହ ସାମାଜିକ ଦୂରତା ରକ୍ଷା କରି ସାନିଟାଇଜର ଓ ସାବୁନ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଜିଲ୍ଲା ସଭାପତି ହେମନ୍ତ ଦାସ, ଶୁଶିଳା ତିରିଆ, ସରସ୍ୱତୀ ହେମ୍ବ୍ରମ, ଯୋଗେଶ ଅଗ୍ରୱାଲା, ଦଶରଥ ସିଂ, ବିଜନ ଦାସ, ଅଜୟ ମହାପାତ୍ର, ଅଶୋକ ଅଧିକାରୀ, ଅରବିନ୍ଦ ଦାସ, ଜ୍ୟୋତି ପ୍ରକାଶରଥ, ନିର୍ମଳ ପ୍ରଧାନ, ମହିଳା ସଭାନେତ୍ରୀ ସୁସ୍ମିତା ଘୋଷାଲ, କୋଭିଡ୍ ଜିଲ୍ଲା ସଂଯୋଜକ ଶାନ୍ତନୁ ପାଲ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର