ଭୁବନେଶ୍ୱର : ଆଜି କଂଗ୍ରେସ ଭବନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ୭୪ତମ ଜୟନ୍ତୀ ପ୍ରଦେଶ କଂଗ୍ରେସ କମିଟି(ପିସିସି) ପକ୍ଷରୁ ପାଳିତ ହୋଇଯାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ କଂଗ୍ରେସ ନେତା ରାଜୀବ ଭବନ ଓ କଂଗ୍ରେସ ଭବନରେ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏ ସମସ୍ତ କାର୍ଯ୍ୟକ୍ରମରେ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ, ଏଆଇସିସି ସଂପାଦକ ଅନିଲ୍ ଚୌଧୁରୀ, ସେକ୍ ମସ୍ତାନ ଭାଲି, ରୁଦ୍ର ରାଜୁ ଓ ସହ ସମ୍ପାଦକ ଆଦିତ୍ୟ ଶର୍ମାଙ୍କ ସମେତ କଂଗ୍ରେସ ନେତୃବୃନ୍ଦ ଡ. ରାମଚନ୍ଦ୍ର ଖୁଣ୍ଟିିଆ, ଚିରଞ୍ଜୀବ ବିଶ୍ୱାଳ, ସୁଶୀଳା ତିରିଆ, ଶରତ ପଟ୍ଟନାୟକ, ଜୟଦେବ ଜେନା ପ୍ରସାଦ ହରିଚନ୍ଦନ, ଶରତ ରାଉତ, କିଶୋର ଚନ୍ଦ୍ର ପଟେଲ, ରାଜ୍ୟସଭା ସାଂସଦ ରଞ୍ଜୀବ ବିଶ୍ୱାଳ, ଅନନ୍ତ ପ୍ରସାଦ ସେଠୀ, ସୁରେଶ କୁମାର ରାଉତରାୟ, ଅମୀୟ କୁମାର ପଟ୍ଟନାୟକ, କୃଷ୍ଣଚନ୍ଦ୍ର ଶଗରିଆ, ରାଧାକାନ୍ତ ଦିଗଲ, ଚିନ୍ମୟ ପ୍ରସାଦ ବେହୁରା, କୁମାର ଚିରଞ୍ଜୀବ, ଯୁଧିଷ୍ଠିର ଜେନା, ସମୀର କୁମାର ରାଉତରାୟ, ଲୋକନାଥ ମହାରଥୀ, ରବି ରାୟ, ଲଲାଟେନ୍ଦୁ ମହାପାତ୍ର, ସଂଗ୍ରାମ କେଶରୀ, ଜେନା, ସାବିର ହୁସେନ୍, ଶିବାନନ୍ଦ ରାୟ ପ୍ରମୁଖ ବହୁ କଂଗ୍ରେସ ନେତା ଓ କର୍ମୀ ଯୋଗ ଦେଇଥିଲେ।