ରାମଚନ୍ଦ୍ର ହତ୍ୟା ଘଟଣା : ଆଉ ୨ ଅଭିଯୁକ୍ତ ଗିରଫ, ତୃତୀୟ ଦିନ ପାଇଁ ଧକୋଠା ବଜାର ବନ୍ଦ

ଆନନ୍ଦପୁର : ଆନନ୍ଦପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ଘସିପୁରାର ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରାଙ୍କୁ ହତ୍ୟା ଘଟଣାରେ ଆଉ ଦୁଇ ଅଭିଯୁକ୍ତଙ୍କୁ ଆଜି ଘସିପୁରା ପୁଲିସ ଗିରଫ କରିଛି। ସେମାନେ ହେଲେ ବଡ଼ଏକତାଳି ଗ୍ରାମର ଅରୁଣ କୁମାର ପୃଷ୍ଟି ଓ ପ୍ରମୋଦ ଦାସ। ଘଟଣାର ତିନିଦିନ ପରେ ମଧ୍ୟ ଧକୋଠା ବଜାରରେ ଦୋକାନ ବନ୍ଦ ରହିଛି। ବଜାରରେ ପୁଲିସ ପଇଁତରା ମାରୁଛି। ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃ୍ଷ୍ଟି ହୋଇଛି। ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଅନ୍ୟପଟେ ହତ୍ୟାକାଣ୍ଡର ପ୍ରମୁଖ ଅଭିଯୁକ୍ତମାନେ ଏବେ ବି ଫେରାର୍‌ ଥିବା ଓ ରାଜ୍ୟ ବାହାରକୁ ପଳାଇଯାଇଥିବା ସନ୍ଦେହ କରାଯାଉଛି। ପ୍ରକାଶଥାଉକି, ଗତ ୨୫ ତାରିଖ ରାତିରେ ଧକୋଠା ନିକଟସ୍ଥ ବଡ଼ଏକତାଳି ଗ୍ରାମର ୧୫ରୁ ଊର୍ଦ୍ଧ୍ବ ବିଜେଡି ସମର୍ଥକ ରାମଚନ୍ଦ୍ରଙ୍କୁ ଘରୁ ଡାକି ଆଣି ଅତି ନୃଶଂସ ଭାବେ ହତ୍ୟା କରିଥିଲେ। ଏ ପର୍ଯ୍ୟନ୍ତ ପୁଲିସ ୫ ‌ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର