ରଣପୁରରେ ବୃଦ୍ଧାଙ୍କ ମୃତ୍ୟୁ ଘଟଣା : ବିଡିଓ ଓ ପଞ୍ଚାୟତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ବର : ରଣପୁର ବ୍ଲକ୍‌ ଅନ୍ତର୍ଗତ ଜିରିପଡ଼ା ଗାଁର ପ୍ରେମଲତା ଲେଙ୍କା (୮୦)ନାମକ ଜଣେ ବୃଦ୍ଧା ଭତ୍ତା ପାଇଁ ଆସିଥିବା ବେଳେ ଗତ ୧୫ ତାରିଖ ଦିନ ପଞ୍ଚାୟତ ଅଫିସ ପରିସରରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଆଜି ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି। ସ୍ଥାନୀୟ ବିଡିଓ ଓ ପଞ୍ଚାୟତ ଅଧିକାରୀଙ୍କ ବିେରାଧରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ବାଚସ୍ପତି ମଧ୍ୟ ଏହି ଘଟଣାର ଗମ୍ଭୀରତାକୁ ଉପଲବ୍ଧି କରିଛନ୍ତି। ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି େଦବାକୁ ବାଚସ୍ପତି ରୁଲିଂ େଦଇଛନ୍ତି।

ଆଜି ଶୂନ୍ୟକାଳରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏ ପ୍ରସଙ୍ଗ ଉଠାଇଥିଲେ। କହିଥିେଲ, ଭତ୍ତା ନେବାକୁ ଆସି ବୃଦ୍ଧା ଫେରିଲେନି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ। େଗାଟିଏ ପଟେ ମାତ୍ର ୩୦୦ ଟଙ୍କା ଭତ୍ତା ମିଳୁଛି। ଏଥିରେ େକମିତି ଜଣେ ଜିଉଁଥିବେ, ଏକଥା ସହଜେ ଅନୁେମୟ। ବାରମ୍ବାର ଏ ସଂକ୍ରାନ୍ତ ଦାବି କରିବା ପରେ ବି ସରକାର ପଦକ୍ଷେପ େନଉନାହାନ୍ତି। ଏଭଳି ଏକ ସାଂଘାତିକ ଘଟଣାରେ ସରକାର କଣ ପଦକ୍ଷେପ େନଇଛନ୍ତି େବାଲି ଶ୍ରୀ ମିଶ୍ର ଜାଣିବାକୁ ଚାହିଁଥିେଲ।

ବିେଜଡି ବିଧାୟକ ମହେଶ ସାହୁ କହିଥିଲେ, ରାଜ୍ୟ ସରକାର ବହୁ ପୂର୍ବରୁ ଜଣାଇଛନ୍ତି େଯ ଭିନ୍ନକ୍ଷମ ଓ ଅତି ବୃଦ୍ଧ ବ୍ୟକ୍ତିଙ୍କ େକ୍ଷତ୍ରରେ ୧୫ ତାରିଖ ବଦଳରେ ୧୬ କିମ୍ବା ୧୭ ତାରିଖରେ ଅଧିକାରୀମାେନ ତାଙ୍କ ଘରେ ଯାଇ ଭତ୍ତା ଟଙ୍କା େଦବା କଥା। ମାତ୍ର ଏ େକ୍ଷତ୍ରରେ କାହିଁକି ଏକଥା ଘଟିଲାନି। ରାଜ୍ୟ ସରକାର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ େନବା ଲାଗି ଶ୍ରୀ ସାହୁ ଦାବି କରିଥିେଲ। ବିେଜପି ବିଧାୟକ ଦଳ େନତା କନକ ବର୍ଧନ ସିଂହଦେଓ ମଧ୍ୟ ଏହି ପ୍ରସଙ୍ଗରେ ନିଜର ଉଦବେଗ ପ୍ରକାଶକରିବା ସହିତ ରାଜ୍ୟ ସରକାରଙ୍କ ନିେର୍ଦଶକୁ କିଭଳି କାର୍ଯ୍ୟକାରୀ କରାଯାଉନି, େସ େନଇ ଦୃଷ୍ଟି ଆକର୍ଷଣ କରିଥିେଲ।

ଉଲ୍ଲେଖଯୋଗ୍ୟ, ୧୫ ତାରିଖ ଭତ୍ତା ପାଳି ହୋଇଥିବାରୁ ବହୁ ହିତାଧିକାରୀ ଭତ୍ତା ନେବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟରେ ଭିଡ଼ ଲଗାଇଥିଲେ। ଜିରିପଡ଼ା ଗାଁର ବୃଦ୍ଧା ପ୍ରେମଲତା ଭତ୍ତା ନେବା ପାଇଁ ସକାଳ ୮ଟାରୁ ଆସି ପଞ୍ଚାୟତ ଅଫିସ୍‌ରେ ପହଞ୍ଚିଥିଲେ। ଦୀର୍ଘ ସମୟ ଧରି ପଞ୍ଚାୟତ ପରିସରରେ ଖରାରେ ବସି ରହିବାରୁ ମାତ୍ରାଧିକ ଉତ୍ତାପ ଯୋଗୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ପ୍ରକାଶ।

ସମ୍ବନ୍ଧିତ ଖବର