ରଞ୍ଜନ ମହାନ୍ତି ହେଲେ ଏନ୍‌ଏସିଜି ଜାତୀୟ ଅଧ୍ୟକ୍ଷ

ଭୁବନେଶ୍ବର : ଶିଶୁ ହିଂସା ବିଲୋପ ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ଏନ୍ଏସିଜି, ଭାରତର ଅଧ୍ୟକ୍ଷ ଭାବେ ବିଶିଷ୍ଟ ଶିଶୁ ଅଧିକାର କର୍ମୀ ତଥା ଓଡ଼ିଶା ଆଲାଏନ୍ସ ଫର୍ ଚାଇଲ୍ଡ ରାଇଟ୍‌ସର ଅଧ୍ୟକ୍ଷ ଏବଂ ପିକକ୍‌ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ନିର୍ବାଚିତ ହୋଇଛନ୍ତି। ସେ ଆସନ୍ତା ତିନିବର୍ଷ ପର୍ଯ୍ୟନ୍ତ ଏହି ପଦବିରେ ରହିବେ। ସେହିପରି ଆନ୍ଧ୍ରପ୍ରଦେଶର ଡି.ରୋଷନ କୁମାର, ଦିଲ୍ଲୀପ ସଂଜୟ ଗୁପ୍ତା ଉପା‌ଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବାବେଳେ ଝାଡଖଣ୍ଡର ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ପୂର୍ବତନ ସଦସ୍ୟ ସଞ୍ଜୟ ମିଶ୍ର କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ୧୧ଜଣିଆ ଜାତୀୟ କାର୍ଯ୍ୟକାରିଣୀରେ ଓଏଲ୍‌ଏସ୍‌, ଓଡ଼ିଶାର ପ୍ରକାଶ ରଥ ସଦସ୍ୟ ଅଛନ୍ତି। ସ୍ଥାନୀୟ ପାନ୍ଥନିବାସରେ ଜାତୀୟ କାର୍ଯ୍ୟାନ୍ବୟନ ଓ ସଂଯୋଜନା ଗ୍ରୁପ୍ (ଏନ୍‌ଏସିଜି-ଇଭିଏସି), ଭାରତର ବସିଥିବା ଦୁଇଦିନିଆ ଜାତୀୟ ପରିଷଦ ବୈଠକ ପରେ ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଛନ୍ତି।

ସମ୍ବନ୍ଧିତ ଖବର