ରଣଜିତ ଗୁରୁ ଥିଲେ ‘ସମ୍ବାଦ’ର ଜଣେ ସ୍ତମ୍ଭ: ସୌମ୍ୟରଂଜନ ପଟ୍ଟନାୟକ

ଭୁବନେଶ୍ୱର: ଗତକାଲି ମଧ୍ୟରାତ୍ରରେ ପରଲୋକ ଗମନ କରିଥିବା ‘ସମ୍ବାଦ’ର ସଂପାଦକୀୟ ପୃଷ୍ଠାର ସଂପାଦକ ତଥା ବିଶିଷ୍ଟ ସାମ୍ବାଦିକ ରଣଜିତ ଗୁରୁଙ୍କୁ ଆଜି ‘ସମ୍ବାଦଭବନ’ଠାରେ କୋହଭରା ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ତାପରେ ତାଙ୍କର ମରଶରୀରକୁ ତାଙ୍କର ନିଜ ଗାଁକୁ ନିଆଯାଇଛି ଏବଂ ସେଠାରୁ ତାଙ୍କ ପ୍ରିୟ କର୍ମକ୍ଷେତ୍ର ସମ୍ବଲପୁର ନିଆଯାଇ ଶେଷ କୃତ୍ୟ ସଂପନ୍ନ କରାଯିବ।

‘ସମ୍ବାଦ ଭବନ’ରେ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ,ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର୍‌ ପଟ୍ଟନାୟକ,କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ,‘ସମ୍ବାଦ’ର ଫିଚର ସଂପାଦକ ଗୌରହରି ଦାସ, ଆମ ଓଡ଼ିଶାର ସଂପାଦକ ସ୍ୱରାଜ ମିଶ୍ର ଏବଂ ‘ପୌରୁଷ’ର ସଂପାଦକ ଅସିତ ମହାନ୍ତି, ‘ସମ୍ବାଦ’ର ପ୍ରକାଶକ ବିଜୟ କୁମାର ପଟ୍ଟନାୟକ,ମୁଖ୍ୟ କାର୍ଯ୍ୟନିର୍ବାହୀ କମଳାକାନ୍ତ ମହାପାତ୍ର ,ବରିଷ୍ଠ ସାମ୍ବାଦିକ ରବି ଦାସ, ସମ୍ବାଦ ସାହିତ୍ୟ ଘରର ସଂପାଦିକା ଶୁଭଶ୍ରୀ ଲେଙ୍କା ,ମାନବ ସମ୍ବଳ ବିଭାଗର ମୁଖ୍ୟ ବୈଜୟନ୍ତୀ କର ପ୍ରମୁଖ ବହୁ ମାନ୍ୟଗଣ ବ୍ୟକ୍ତି ଶ୍ରୀ ଗୁରୁଙ୍କର ଅନେକ ବ୍ୟକ୍ତିଗତ ବନ୍ଧୁ ଓ ସହକର୍ମୀ ତାଙ୍କର ଶବାଧାରରେ ପୁଷ୍ପ ନେଇ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Image result for soumya ranjan

ଏହି ଅବସରରେ ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ତାଙ୍କର ଜଣେ ସାଥୀଙ୍କୁ ହରାଇଲେ ବୋଲି କହିଥିଲେ। ସେ ଆହୁରି ବି କହିଥିଲେ ଯେ ରଣଜିତ ଗୁରୁ ଥିଲେ ‘ସମ୍ବାଦ’ର ଜଣେ ସ୍ତମ୍ଭ। ସେ ସମ୍ବାଦ ଆରମ୍ଭ ସମୟରୁ କାର୍ଯ୍ୟ କରିଥିଲେ। ତାଙ୍କର ବିୟୋଗରେ ସେ ଗଭୀର ମର୍ମାହତ ବୋଲି କହିଥିଲେ ଶ୍ରୀ ପଟ୍ଟନାୟକ।

ଆଜି ‘ସମ୍ବାଦ’ର ସଂପାଦକ ତଥା ପ୍ରତିଷ୍ଠାତା ସୌମ୍ୟରଂଜନ ପଟ୍ଟନାୟକଙ୍କର ଜନ୍ମଦିନ ଥଲା। ସମ୍ବାଦ ଡଟ୍‌ ଇନ୍‌ ପୋର୍ଟାଲ୍‌ର ଜନ୍ମବାର୍ଷିକୀ, କିନ୍ତୁ ଏଥିପାଇଁ ଆୟୋଜିତ ସମେତ ବିଭିନ୍ନ କାର୍ଯ୍ୟକ୍ରମକୁ ଶ୍ରୀ ଗୁରୁଙ୍କର ବିୟୋଗ ଯୋଗୁଁ ବାତିଲ୍‌ କରିଦିଆଯାଇଥିଲା। ଏହି ଅବସରରେ ‘ସମ୍ବାଦ’ଭବନ ଓ କଟକଠାରେ ରକ୍ତଦାନ କାର୍ଯ୍ୟକ୍ରମ ଏବଂ ‘ଆମ ଓଡ଼ିଶା’ କାର୍ଯ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର