ନାବାଳିକା ଦୁଷ୍କର୍ମ ମାମଲାରେ ଆଜୀବନ ଜେଲ୍‌

ଖୁଡ଼ୀ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରାଜଜ ଆଜି ଏକ ଦୃଷ୍ଟାନ୍ତମୂଳକ ରାୟ ଶୁଣାଇଛନ୍ତି। ଜଣେ ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭବତୀ କରିବା ମାମଲାର ଶୁଣାଣି କରି ଆସାମୀକୁ ଆଜୀବନ କାଣ୍ଡାଦଣ୍ଡ ନିମନ୍ତେ ନିର୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ ଗତ ୨୦୧୬ ମସିହା ଡିସେମ୍ବର ୧୬ ତାରିଖ ଦିନ ପୋଟେରୁ ଆଶ୍ରମ ବିଦ୍ୟାଳୟର ରୋଷେୟା ସେହି ବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ୩ଥର ଦୁଷ୍କର୍ମ କରିଥିଲେ। ଯାହାଫଳରେ ନାବାଳିକା ଜଣକ ଗର୍ଭବତୀ ହୋଇ ଯାଇଥିଲେ। ପରବର୍ତୀ ସମୟରେ ଏନେଇ ବାଲିମେଳା ଥାନାରେ କେଶ ନମ୍ବର ୬୨/୨୦୧୭ରେ ମାମଲା ରୁଜୁ ହୋଇଥିଲା। ପୁଲିସ ଅଭିଯୁକ୍ତ ପର୍ଶୁରାମ ପଡିଆମିକୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା। ୩୮ ଜଣ ସାକ୍ଷୀ ଏବଂ ପ୍ରମାଣକୁ ଭିତ୍ତିକରି ଆଜି ମାନ୍ୟବର ଜିଲ୍ଲା ଦୌରାଜଜ ପକସୋ ଆକ୍ଟର ସେକ୍ସସନ ୬ ଅନୁଯାୟୀ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଖୁଡ଼ୀ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ଅନୁଗୁଳ : ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ବତନ୍ତ୍ର ଭିଜିଲାନସ୍‌ ଜଜ୍‌ ଆଜି ଜଣେ ଖୁଡ଼ୀ ହତ୍ୟାକାରୀ ପୁତୁରାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଅଭିଯୁକ୍ତ ହତ୍ୟାକାରୀ ‌େହଲା ଛେଣ୍ଡିପଦା ଥାନା ଜଳତାପ ଗାଁ’ର ସୁମନ୍ତ ଗଡ଼ନାୟକ ଓରଫ୍‌ କାଳିଆ। କାଳିଆ ସମ୍ପର୍କୀୟ ଖୁଡ଼ୀ ମନୋରମା ଗଡ଼ନାୟକଙ୍କଠାରୁ କୌଣସି କାମ ପାଇଁ ୧୫୦୦ ଟଙ୍କା ଧାର ନେଇଥିଲା। ଧାର ନେବାର ୨ ବର୍ଷ ଅତିକ୍ରାନ୍ତ ହେବା ପରେ ବି କାଳିଆ ଆଉ ଟଙ୍କା ଫେରାଇ ନ ଥିଲା।୨ ୦୧୮ ଜୁନ୍ ୧୬ ତାରିଖ ଦିନ ମନୋରମା ପୁଣିଥରେ କାଳିଆକୁ ଟଙ୍କା ମାଗିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ କାଳିଆ ମନୋରମାଙ୍କ ମୁଣ୍ଡକୁ ଟାଙ୍ଗିଆରେ ପ୍ରହାର କରିଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣା ପରେ କାଳିଆ ଫେରାର ହୋଇଯାଇଥିବାବେଳେ ଏହାର ଦୁଇ ଦିନ ପରେ ପୁଲିସ ତାକୁ ଗିରଫ କରିବାରେ ସଫଳ ହୋଇଥିଲା। ଆଜି ଏହି ମାମଲାର ବିଚାର କରି ଅତିରିକ୍ତ ‌ଜିଲ୍ଲା ଦୌରାଜଜ୍ ତଥା ସ୍ବତନ୍ତ୍ର ଭିଜିଲାନସ୍‌ ଜଜ୍ ରୂପଶ୍ରୀ ଚୌଧୁରୀ ଅଭିଯୁକ୍ତ କାଳିଆକୁ ଆଇପିସିର ୩୦୨ ଦଫାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହିତ ୧୦ ହଜାର ଟଙ୍କା ଜରିମାନା ମଧ୍ୟ କରାଯାଇଛି। ଜରିମାନା ଅନାଦେୟ ହେଲେ ଆହୁରି ୬ ମାସ ସଶ୍ରମ କାରାଦଣ୍ଡାଦେଶ ହୋଇଛି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ୍ ପ୍ରସିକ୍ୟୁଟର ଅଭୟ କୁମାର ଗଡ଼ନାୟକ ମାମଲା‌ ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର