ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଜଣେ ନିଖୋଜ ନାବାଳିକାଙ୍କ ମୃତଦେହ ଠାବ ଘଟଣା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ବି ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ ଗୁମଣ୍ଡଳୀ ଗାଁରେ ଜଣେ ନାବାଳିକାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଗୁମଣ୍ଡଳୀରେ ଗତକାଲି ଦିଆଳି ପର୍ବ ଥିବା ବେଳେ ଗ୍ରାମରେ ସମସ୍ତେ ମଉଜ ମଜଲିସରେ ବ୍ୟସ୍ତ ଥିଲେ । ନାବାଳିକାଜଣକ ଦିଆଳି ପର୍ବ ଦେଖି ଘରକୁ ଫେରିଥିଲେ ଏବଂ ରାତି ପ୍ରାୟ ସାଢ଼େ ୭ଟା ରୁ ୮ଟା ମଧ୍ୟରେ ସେ ପରିସ୍ରା କରିବାଲାଗି ବାହାରକୁ ଯାଇ ଆଉ ଘରକୁ ଫେରିନଥିଲେ । ନାବାଳିକା ନ ଫେରିବାରୁ ବାଧ୍ୟ ହୋଇ ଘରଲୋକେ ରାତିସାରା ଖୋଜାଖୋଜି କରିଥିଲେ, କିନ୍ତୁ ନାବାଳିକାଙ୍କୁ ପାଇ ନ ଥିଲେ।
/sambad/media/post_attachments/wp-content/uploads/2019/12/nabrangpur.jpg)
ଆଜି ସକାଳେ ଗ୍ରାମର କିଛି ମହିଳା ନାବାଳିକାଙ୍କ ମୃତଦେହ ଗ୍ରାମଠାରୁ ପ୍ରାୟ ଅଧା କିଲୋମିଟର ଦୂରରେ ଥିବା ଏକ ବିଲରେ ପଡିଥିବା ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ । ଶବ ନିକଟରେ ଦୁଇଟି ଜିନ୍ସ ପ୍ୟାଣ୍ଟ ପଡ଼ିରହିଛି, ନାବାଳିକାଙ୍କ ହାତ ଓ ପାଦରେ କ୍ଷତ ଚିହ୍ନ ଥିବା ବେଳେ ଦେହରେ ଅନେକ ସ୍ଥାନରେ କ୍ଷତ ଚିହ୍ନ ରହିଛି । ପାରିପାର୍ଶିକ ପରିସ୍ଥିତିକୁ ଆଧାର କରି ପରିବାର ଲୋକେଏହା ଏକ ଗଣଦୁଷ୍କର୍ମ ପରେ ହତ୍ୟା ବୋଲି ଅଭିଯୋଗ କରିଛନ୍ତି ।
/sambad/media/post_attachments/wp-content/uploads/2019/12/nrp.jpg)
ଘଟଣାସ୍ଥଳରେ ନବରଙ୍ଗପୁର ଜିଲ୍ଲା ମା’ ଘର ଅଧ୍ୟକ୍ଷା ପହଞ୍ଚି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ଖବର ପାଇ କୋଷାଗୁମୁଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/Deadbody-Found-of-Minor-Girl_Thumbnail.jpg)