ବାଙ୍କୀ: କଟକ ଜିଲ୍ଲାରେ ଏକ ଗୋଡ଼ ମୁଦି ଭିତରେ ଏକ ଢମଣା ସାପ ପଶି ଯାଇଥିବା ଜାଣିବାକୁ ମିଳିଛି। ସାପଟି ମୁଦିରେ ଫସି ଆହତ ହୋଇଯିବା ପରେ ତାକୁ ଭୁବନେଶ୍ୱରସ୍ଥିତ ଓୟୁଏଟିର ପଶୁ ଚିକିତ୍ସା ବିଭାଗକୁ ନିଆଯାଇଛି। ଘଟଣାଟି ବାଙ୍କୀ ଚର୍ଚ୍ଚିକା ସାହିର ବୋଲି ଖବର ମିଳିଛି।
ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ୩ ଫୁଟ୍ ଲମ୍ବର ଏହି ସାପଟିକୁ ସଂପୃକ୍ତ ଅଞ୍ଚଳର ରାଜା ମହାପାତ୍ରଙ୍କ ଘରୁ ଉଦ୍ଧାର କରାଯାଇଛି। ସାପଟିକୁ ଘରେ ଦେଖିବା ପରେ ଭୟଭୀତ ପରିବାର ଲୋକ ସ୍ନେକ୍ ହେଲ୍ପଲାଇନ୍କୁ ଖବର ଦେଇଥିଲେ।
/sambad/media/post_attachments/wp-content/uploads/2019/10/snake-trapped-in-ring-750x430-300x172.jpg)
ସୂଚନା ପାଇବା ପରେ ସ୍ନେକ୍ ହେଲ୍ପଲାଇନ୍ର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଛନ୍ତି। ଉଦ୍ଧାର ପରେ ଦେଖିବାକୁ ମିଳିଛି ଯେ ମୁଦି ଭିତରେ ଚାପି ହୋଇ ଯାଇଥିବା କାରଣରୁ ସାପଟି ପେଟରେ ଆଘାତ ଲାଗିଛି।
ସାପକୁ କୌଣସି ପ୍ରକାର ଆଘାତ ନ ଦେଇ ମୁଦିଟିକୁ କାଢ଼ି ବାହାର କରିବା ଉଦ୍ଦେଶ୍ୟରେ ସ୍ନେକ୍ ହେଲ୍ପଲାଇନ୍ର ସଦସ୍ୟମାନେ ସାପଟିକୁ ଓୟୁଏଟିକୁ ନେଇ ଯାଇଛନ୍ତି।