ଶ୍ରୀମନ୍ଦିର ଆନନ୍ଦବଜାରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଆଉ ଦେବାକୁ ପଡ଼ିବ ନାହିଁ ଅଧିକ ଦର, ଲାଗିବ ଅବଢ଼ାର ମୂଲ୍ୟ ସୂଚୀ

ପୁରୀ: ବିଶ୍ୱ ପ୍ରସିଦ୍ଧ ଶ୍ରୀମନ୍ଦିର ଆନନ୍ଦବଜାରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଆଉ ଠକାମୀର ଶିକାର ହେବାକୁ ପଡ଼ିବ ନାହିଁ। ଭକ୍ତ ନିଜ ପସନ୍ଦ ମୁତାବକ ମହାପ୍ରସାଦ କିଣି ଉପଯୁକ୍ତ ମୂଲ୍ୟ ଦେବେ। ଏଭଳି ଏକ ଯୁଗାନ୍ତକାରୀ ନିଷ୍ପତ୍ତି  ଶନିବାର ଶ୍ରୀମନ୍ଦିର ପ୍ରଶାସନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଆଯାଇଛି। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ କିଛି ଦିନ ପରେ ଅବଢ଼ାର ମୂଲ୍ୟ ସୂଚୀ  ଲାଗିବ। ଏହି ନିଷ୍ପତ୍ତି ଦ୍ୱାରା ଶ୍ରୀଜଗନ୍ନାଥଙ୍କ  ଭକ୍ତ ମହଲରେ ଅାନନ୍ଦ ପ୍ରକାଶ ପାଇଛି।

ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି।  ଶ୍ରୀ ମହାପାତ୍ର କହିଛନ୍ତି, ଆନନ୍ଦବଜାରରେ ଅବଢ଼ାରେ ମୂଲ୍ୟ ତାଲିକା ଲାଗିବ। ଏଥି ସହିତ ଅନ୍ନଦାନ ଆଟିକାକୁ ବନ୍ଦ କରାଯିବ। ସେହିଭଳି ମନ୍ଦିର ଭିତରେ ଦକ୍ଷିଣା ଆଦାୟ ସଂପୂର୍ଣ୍ଣ ବନ୍ଦ କରାଯାଇଛି ବୋଲି ମହାପାତ୍ର କହିଛନ୍ତି। ସେ କହିଛନ୍ତି ସୁପ୍ରିମକୋର୍ଟଙ୍କ ୧୨ଟି ନିର୍ଦ୍ଦେଶ ଉପରେ ବୈଠକରେ ଆଲୋଚନା ହୋଇଥିଲା। ଆଉ କିଛି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବା ପାଇଁ ବର୍ଷେ ଲାଗିପାରେ।

ସମ୍ବନ୍ଧିତ ଖବର