ରଥଖଳାକୁ ଗଲା ପଞ୍ଚମ ପର୍ଯ୍ୟାୟ କାଠ

ଦଶପଲ୍ଲା : ନୟାଗଡ଼ ବନଖଣ୍ତ ଅନ୍ତର୍ଗତ ଦଶପଲ୍ଲା ବନାଞ୍ଚଳରୁ ପଞ୍ଚମ ପର୍ଯ୍ୟାୟ ରଥକାଠ ଆଜି ପୁରୀ ରଥଖଳାକୁ ପଠାଯାଇଛି। ଚଢେୟାପଲ୍ଲୀ ସେକ୍ସନ୍‌ରୁ ୧୨ ଏବଂ ୨୦ ଫୁଟିଆ ଅସନ, ଧଉରା କାଠ ଭର୍ତି ଏକ ଟ୍ରକ୍‌ ଆଜି ଅପରାହ୍ନରେ ଦଶପଲ୍ଲାରୁ ବାହାରିଛି। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ରଥ ନିର୍ମାଣ ପାଇଁ ଆଉ ୬୭୦ ଖଣ୍ତ କାଠ ଆବଶ୍ୟକ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୫୭ ଖଣ୍ତ କାଠ ବଡ଼ଦାଣ୍ତ ରଥଖଳାରେ ପହଞ୍ଚିଥିଲା। ପରେ ୨ୟ, ୩ୟ ଓ ୪ର୍ଥ ପର୍ଯ୍ୟାୟରେ ରଥଖଳା ଓ ଖପୁରିଆ ସ’ମିଲ୍‌କୁ କାଠ ପଠାଯାଇଥିବା ବେଳେ ଆଜି ୫ମ ପର୍ଯ୍ୟାୟରେ ୨୯ ଖଣ୍ତ ଅସନ ଓ ଧଉରା କାଠ ପଠାଯାଇଥିବା ବନାଞ୍ଚଳ ଅଧିକାରୀ ସୋମନାଥ ନାୟକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର