ରଥ ଖଳା ହାଲଚାଲ : ସରିଲା ୨୬ ଚକ କାମ

ପୁରୀ : ରଥ ନିର୍ମାଣ କାର୍ଯ୍ୟକୁ ଆଜି ୨୪ ଦିନ ପୂରିଛି। ତିନି ରଥର ମୁଖ୍ୟ ବିଶ୍ୱକର୍ମାମାନଙ୍କ ନେତୃତ୍ଵରେ ଆଜି ମହାରଣା ସେବକମାନେ ରଥକାମକୁ ଆଗେଇ ନେଇଛନ୍ତି। ଆଜି ସୁଦ୍ଧା ତିନି ରଥର ୨୬ଟି ଚକ କାମ ଶେଷ ହୋଇଥିବା ରଥ ତତ୍ତ୍ଵାବଧାରକ ସୁଦର୍ଶନ ମେକାପ କହିଛନ୍ତି। ଶ୍ରୀ ମେକାପଙ୍କ ସୂଚନା ମୁତାବକ, ନନ୍ଦିଘୋଷ ରଥର ୧୦ଟି ଚକ, ତାଳଧ୍ୱଜ ରଥ ଓ ଦର୍ପଦଳନ ରଥର ୮ଟି ଲେଖା ଚକ ନିର୍ମାଣ ସରିଛି। ଚଉପଟ କାଠକୁ ରୂପ ଦେବାରେ ରୂପକାର ସେବକମାନେ ଲାଗି ପଡ଼ିଛନ୍ତି। ସେପଟେ ପନ୍ଦାରୀ, ବଳା ପିନ୍ଧା କାମ ବି ଆଗେଇ ଚାଲିଛି।

ସମ୍ବନ୍ଧିତ ଖବର