ରଥ କଥା: ରଥ ପଥ

ଅନ୍ୟ ସବୁ ବର୍ଷ ପରି ଏବର୍ଷ ମଧ୍ୟ, ଜୁଲାଇ ୧୪ ତାରିଖ ଦିନ ଅନୁଷ୍ଠିତ ହେବ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ସେଥିପାଇଁ, ଏଇ ଏପ୍ରିଲ ୧୮ ତାରିଖ, ପବିତ୍ର ଅକ୍ଷୟ ତୃତୀୟାଠାରୁ ପୁରୀ ବଡ଼ଦାଣ୍ଡର ରଥଖଳାଠାରେ ଆରମ୍ଭ ହେଉଛି ତିନି ରଥର ନିର୍ମାଣ କାର୍ଯ୍ୟ। ସେହି ରଥରେ ଠାକୁରମାନେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇ ବାହୁଡ଼ା ଯାତ୍ରାରେ ଫେରିବେ ୨୨ ଜୁଲାଇରେ। ତା’ପରେ ୨୩ ତାରିଖରେ ରଥ ଉପରେ ସୁନାବେଶ ଓ ୨୪ରେ ଅଧରପଣା ଲାଗି ହୋଇ ନୀଳାଦ୍ରି ବିଜେ କରିବେ ୨୫ ଜୁଲାଇରେ। ସେଦିନ ମଧ୍ୟ ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ଦେବୀ ଲକ୍ଷ୍ମୀଙ୍କୁ ନିବେଦନ ହେବ ରସଗୋଲା ଭୋଗ।

ଗତବର୍ଷ ରଥଯାତ୍ରା ଅବସରରେ ଆମେ ଆମର ପ୍ରିୟ ପାଠକଙ୍କୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସଂପର୍କରେ ସବୁ ଗୁରୁତ୍ୱପୂର୍ଣ୍ଣ କଥା କହିବା ପାଇଁ ଏକ ଉଦ୍ୟମ କରିଥିଲୁ। ‘ରଥ କଥା’ ନାମରେ ମେ ୧୭ ତାରିଖରୁ ସେହି ଦୈନିକ ସ୍ତମ୍ଭ ଆରମ୍ଭ ହୋଇଥିଲା। କିନ୍ତୁ ଜୁଲାଇ ୯ ତାରିଖ ମଧ୍ୟରେ ପ୍ରକାଶ ପାଇଥିବା ୫୦ଟି ଲେଖାରେ ରଥଯାତ୍ରାର ପୃଷ୍ଠଭୂମି ହିଁ କେବଳ ପ୍ରକାଶ ପାଇ ପାରିଥିଲା।

ଏ ବର୍ଷ ରଥଯାତ୍ରା ଅବସରରେ, ଏଇ ୧୮ ତାରିଖ ଅକ୍ଷୟ ତୃତୀୟାଠାରୁ ଆମେ ଆରମ୍ଭ କରୁଛୁ ‘ରଥ କଥା’ର ଦ୍ୱିତୀୟ ଭାଗ। ଏଥିରେ ପ୍ରକାଶ ପାଇବ ଆଉ ପ୍ରାୟ ୫୦ଟି ଲେଖା ଏବଂ ସେଥିରେ ଶ୍ରୀଜଗନ୍ନାଥଙ୍କ ପୁରୀ ରଥଯାତ୍ରାର ପ୍ରାୟ ସବୁ ଗୁରୁତ୍ୱପୂର୍ଣ୍ଣ କଥା ପ୍ରକାଶ ପାଇବ।

ଆଶା, ଆମର ପ୍ରିୟ ପାଠକପାଠିକା ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଏହି ପବିତ୍ର ଯାତ୍ରାପଥରେ ଆମର ସହଯାତ୍ରୀ ହେବେ। (ପ୍ରତିଥର ଏହା ସୁପ୍ରଭାତ ପୃଷ୍ଠାରେ ପ୍ରକାଶ ପାଇବ)

-ସଂପାଦକ

ସମ୍ବନ୍ଧିତ ଖବର