ଚଳଚଞ୍ଚଳ ରଥଖଳା : ଆଗେଇ ଚାଲିଛି ପଇ ସଂଯୋଗ; ଦୋଳବେଦି କମାରଶାଳ ଚଳଚଞ୍ଚଳ

0

ପୁରୀ : ରଥ ନିର୍ମାଣ କାର୍ଯ୍ୟକୁ ଆଗେଇ ନେଇଛନ୍ତି ଉଭୟ ମହାରଣା ଓ ଭୋଇ ସେବକ। ଭୋଇ ସେବକ ରବି ଭୋଇଙ୍କ ନେତୃତ୍ବରେ ଆବଶ୍ୟକ କାଠ ଯୋଗାଣ ପରେ ରଥଖଳାରେ ତିନି ରଥର ମୁଖ୍ୟ ମହାରଣା ସେବକଙ୍କ ନେତୃତ୍ବରେ ତୁମ୍ବ ପ୍ରସ୍ତୁତି ଶେଷ ହୋଇଛି। ତୁମ୍ବ କାମ ଶେଷ ପରେ ମହାରଣା ସେବକମାନେ ଅର ଓ ପଇ ସଂଯୋଗ କାର୍ଯ୍ୟକୁ ଆଗେଇ ନେଇଛନ୍ତି। ପର୍ଯ୍ୟାୟ କ୍ରମେ ତୁମ୍ବରେ ଅର ସଂଯୋଗ ପରେ ଅର ସହ ପଇ ଲଗାଯିବା କାମ ଆଗେଇ ଚାଲିଛି। ଅନ୍ୟପଟେ ଦୋଳବେଦି କମାରଶାଳ ବି ଏ ନେଇ ଚଳଚଞ୍ଚଳ ହୋଇଉଠିଛି। ଆବଶ୍ୟକ କଣ୍ଟା ପ୍ରସ୍ତୁତିରେ କମାର ସେବକମାନେ ଲାଗି ପଡ଼ିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.