ପୁରୀ : ଗତକାଲି ତିନି ରଥରେ ପ୍ରଥମ ଭୂଇଁ ଲାଗିବା ପରେ ବିଶ୍ବକର୍ମାମାନେ ଦ୍ବିତୀୟ ଭୂଇଁ କାମ ଆରମ୍ଭ କରିଛନ୍ତି। ଭୋଇ ସେବକମାନେ ତିନି ରଥ ପାଇଁ ଆବଶ୍ୟକ କାଠ ଯୋଗାଇ ଦେବା ପରେ ମହାରଣା ସେବକମାନେ ଏହି କାମକୁ ଆଗେଇ ନେଇଛନ୍ତି। ଦ୍ବିତୀୟ ଭୂଇଁ ସଂଯୋଗ ପୂର୍ବରୁ ଚଉଦ ନାହାକା, ଖଦିଓରା ଆଦି କାମ ସଂପନ୍ନ ହେବ। ଏହି କାମ ସରିବା ପରେ ଦ୍ବିତୀୟ ଭୂଇଁ ତିନି ରଥରେ ସଂଯୋଗ ହେବ। ସେପଟେ ରୂପକାର ସେବକମାନେ ବିଭିନ୍ନ କାମକୁ ଆଗେଇ ନେଇଛନ୍ତି। ତିନି ରଥରେ ଲାଗିଥିବା କୋଣଗୁଜରେ ଆଜିଠାରୁ ରଙ୍ଗକାମ ଆରମ୍ଭ ହୋଇଛି। ଚିତ୍ରକର ସେବକମାନେ ଏଥିରେ ରଙ୍ଗ ଦେବା କାମ ଆରମ୍ଭ କରିଛନ୍ତି। ପାର୍ଶ୍ବ ଦେବାଦେବୀ ରଙ୍ଗ କାମ ସରିବା ପରେ ପର୍ଯ୍ୟାୟକ୍ରମେ ଅନ୍ୟ କାମକୁ ଆଗେଇ ନେଇଛନ୍ତି ଚିତ୍ରକର ସେବକ। ଦୋଳବେଦୀ କମାରଶାଳରେ ଓଝା ସେବକମାନେ କଣ୍ଟା କାମକୁ ତ୍ବରାନ୍ବିତ କରିଛନ୍ତି।
ରଥଖଳା ଚଳଚଞ୍ଚଳ : ଦ୍ବିତୀୟ ଭୂଇଁ କାମ ଆରମ୍ଭ
/sambad/media/post_attachments/wp-content/uploads/2019/06/rath-mana-nka-re-chari-nahak-pain-chanak-sanjog-karajauchi-1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)