ରଥ ଖଳା ହାଲଚାଲ : ଆଗେଇ ଚାଲିଛି ଚାରିନାହାକା କାମ

ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯର୍୍ୟକୁ ଆଜି ମାସେ ପୂରିଛି। ଆଜି ସୁଦ୍ଧା ୪୨ ଚକରୁ ୩୩ ଚକ ଶେଷ ହୋଇଛି। ମହାରଣା ସେବକ, ଭୋଇ ସେବକମାନେ ଆଜି ଚକରେ ଅର ଓ ପଇ ଖଞ୍ଜିବା ପରେ ବିଲେଇ ବାଡ଼ିଆ କାମ ଆରମ୍ଭ କରିଛନ୍ତି। ସେପଟେ ତୁମ୍ବରେ ପନ୍ଦାରୀ ଓ ବଳା ପିନ୍ଧା କାମ ଚାଲିଛି। ଆଜିଠୁ ରଥଖଳାରେ ଚାରିନାହାକା କାମ ଆରମ୍ଭ ହୋଇଛି। ଯୋକା କାଠ ବି ଆଜି ରଥଖଳାରେ ପଡ଼ିଛି। ସେପଟେ ଦୋଳବେଦି କମାରଶାଳରେ ଗୟଳ କାଠ ଚିରା କାମ ଜାରି ରହିଛି। ଦୋଳବେଦି କମାରଶାଳରେ ତିନି ରଥର ମୁଖ୍ୟ ସେବକଙ୍କ ନେତୃତ୍ଵରେ ଆଜି କମାର ସେବକମାନେ ରଥ ପାଇଁ ଆବଶ୍ୟକ ଲୌହ ସାମଗ୍ରୀ କାମକୁ ଆଗେଇ ନେଇଛନ୍ତି। ସେହିପରି ରଥଖଳାରେ ଦଣ୍ଡାକଣ୍ଟା ଓ ପୋଖରିଆ କାମର ପ୍ରାଥମିକ ପର୍ଯ୍ୟାୟ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର