ରଥ ଖଳା ହାଲଚାଲ : ପଡ଼ିଲା ଗରଗରା କାଠ

ପୁରୀ : ପରମ୍ପରା ମୁତାବକ ଶୀତଳ ଷଷ୍ଠୀରେ ତିନି ରଥର ସମସ୍ତ ଚକ କାମ ଶେଷ ହେବ। ତିନି ରଥ ପାଇଁ ୪୨ଟି ଚକ ଆବଶ୍ୟକ ଥିବା ବେଳେ ଆଜି ସୁଦ୍ଧା ୩୯ଟି ଚକ କାମ ଶେଷ ହୋଇଛି। ତାଳଧ୍ୱଜ ଓ ଦର୍ପଦଳନ ରଥର ଚକ କାମ ଶୀଘ୍ର ଶେଷ ହୋଇଯିବ। ତେବେ ନନ୍ଦିଘୋଷ ଚକ ନିର୍ମାଣରେ ବିଳମ୍ବ ହୋଇପାରେ ବୋଲି ଅନୁମାନ କରାଯାଉଛି। କାରଣ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ନନ୍ଦିଘୋଷ ରଥର ଏକ ତୁମ୍ବରେ ଫାଟ ଦେଖା ଦେଇଥିଲା। ଏଣୁ ନନ୍ଦିଘୋଷର ଶେଷ ଚକ ନିର୍ମାଣରେ ବିଳମ୍ବ ହୋଇପାରେ ବୋଲି କୁହାଯାଉଛି। ସେପଟେ ଭୋଇ ସେବକମାନେ ଆଜି ପ୍ରଥମ କରି ରଥଖଳାରେ ଗରଗରା କାଠ ପକାଇଛନ୍ତି। ଗତକାଲି ନନ୍ଦିଘୋଷ ରଥ ପାଇଁ ଗୟଳ କାଠ ପଡ଼ିଥିବା ବେଳେ ଦୋଳବେଦି କମାରଶାଳରେ ଆଜି ଏହାର ଚିରଟ କାମ ଆରମ୍ଭ ହୋଇଛି। ସେପଟେ ଚାରିନାହାକା କାମ ବି ଆଗେଇ ଚାଲିଛି। ରୂପକାର ସେବକମାନଙ୍କର ଗୁଣ, କୋଣଗୁଜ କାମ ବି ଜୋରସୋରରେ ଚାଲିଛି। କମାର ସେବକମାନେ ଆଜି ଦଣ୍ଡାକଣ୍ଟା ଓ ପୋଖରିଆ କାମକୁ ତ୍ୱରାନ୍ଵିତ କରିଛନ୍ତି।

ସମ୍ବନ୍ଧିତ ଖବର