ରଥ ଖଳା ହାଲଚାଲ : ସରିଲା ନନ୍ଦିଘୋଷ ଓ ତାଳଧ୍ୱଜ ରଥର ୧୨ ଅଖ

ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ଆଜିକୁ ୩୮ ଦିନ ପୂରିଛି। ରଥଖଳାରେ ଆଜି ସୁଦ୍ଧା ମହାରଣା ସେବକମାନେ ନନ୍ଦିଘୋଷ ରଥର ୮ ଅଖରୁ ୬ଟି ଅଖ ଶେଷ କରିଥିବା ବେଳେ ତାଳଧ୍ୱଜ ରଥର ୭ଟି ଅଖରୁ ୬ଟି ଅଖ ଶେଷ କରିଛନ୍ତି। ଦର୍ପଦଳନ ରଥର ଅଖ କାମ ଓ ଯୋଖା କାମ ଆଗେଇ ଚାଲିଛି। ରୂପକାର ସେବକମାନେ କୋଣଗୁଜ କାମକୁ ତ୍ୱରାନ୍ଵିତ କରିଛନ୍ତି। ସେପଟେ ଦୋଳବେଦି କମାରଶାଳରେ କମାର ସେବକମାନେ ଗୟଳ କଣ୍ଟା ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଅନ୍ୟପଟେ ଦୋଳବେଦିଠାରେ ଗୟଳ କାଠ ଚିରଟ କାମ ଆଗେଇ ଚାଲିଛି। ମହାରଣା ସେବକମାନେ ସୁଭଦ୍ରାଙ୍କ ରଥର ଗୟଳ ଚିରଟ କାମ ସାରିବା ପରେ ନନ୍ଦିଘୋଷ ରଥର ଗୟଳ ଚିରଟ କାମକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। ଚଉଦ ନାହାକା ପାଇଁ ଆଜି କଟକ କରତକଳରୁ ୨୦ ଫୁଟିଆ ଫାଳି କାଠି ରଥଖଳାରେ ପହଞ୍ଚିଛି। ଆସନ୍ତାକାଲିଠାରୁ ଏଥିରେ ଚାରିନାହାକା କାମ ଆରମ୍ଭ ହେବ।

ସମ୍ବନ୍ଧିତ ଖବର