ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ଆଜି ୪୪ ଦିନ ପୂରିଥିବା ବେଳେ ମହାରଣା ସେବକ, ରୂପକାର ସେବକ, ଭୋଇ ସେବକ, କମାର ସେବକମାନେ ମିଳିତ ଭାବେ ଏହି ନିର୍ମାଣ କାର୍ଯ୍ୟକୁ ଆଗେଇ ନେଇଛନ୍ତି। ତିନି ରଥ ପାଇଁ ୪୨ ଚକ ଆବଶ୍ୟକ ଥିବାବେଳେ ଆଜି ସୁଦ୍ଧା ସମସ୍ତ ଚକ କାମ ଶେଷ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ଦୁଇ ଦିନ ଭିତରେ ମହାରଣା ସେବକ ଓ ଭୋଇ ସେବକମାନେ ଶିଙ୍ଗଡ଼ା ବାଡ଼ିଆ, ପଇ ବିନ୍ଧ, ପଇ ଖଞ୍ଜା କାମ ଶେଷ ପରେ ଆଜି ରଥର ବାକି ତିନି ଚକ କାମକୁ ଶେଷ କରିଛନ୍ତି। ଗତକାଲି ବିଲେଇ ବାଡ଼ିଆ କାମ ସରିବା ପରେ ଆଜି ବାକି କାମ ମହାରଣା ସେବକମାନେ ଶେଷ କରିଛନ୍ତି। ଦଣ୍ଡାହଣା କାମ ବି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେପଟେ ସୁଭଦ୍ରାଙ୍କ ରଥ ପାଇଁ ଦୋଳବେଦିରେ ଗୟଳ କାଠ ଚିରଟ କାମ ଆରମ୍ଭ ହୋଇଛି। ପୂର୍ବରୁ ନନ୍ଦିଘୋଷ ଓ ତାଳଧ୍ୱଜ ରଥର ଗୟଳ କାଠ ଚିରଟ କାମ ଶେଷ ହୋଇସାରିଛି। ରୂପକାର ସେବକମାନେ ରଥଖଳାରେ ସେମାନଙ୍କ କାର୍ଯ୍ୟକୁ ଆଗେଇ ନେଇଛନ୍ତି। କୋଣଗୁଜ ଶେଷ ପରେ ନାଟଗୁଡ଼ୁ ଓ ପଟାଗୁଜ କାମ ଆରମ୍ଭ କରିଛନ୍ତି। ଦୋଳବେଦି କମାରଶାଳରେ ଦଣ୍ଡାକଣ୍ଟା, ପୋଖରିଆ, ଗୟଳ କଣ୍ଟା କାମ ଆଗେଇ ଚାଲିଛି।