ରଥଖଳା ହାଲଚାଲ : ବୁଲିଲା ଚାରିନାହାକା, ଉଠିଲା ଦ୍ବିତୀୟ ଭୁଇଁ

ପୁରୀ : ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ଆଉ ୮ ଦିନ ବାକି ରହିଲା। ଏଥି ପାଇଁ ଅଧିକ ଚଳଚଞ୍ଚଳ ହୋଇଉଠିଛି ରଥଖଳା। ବିଶ୍ବକର୍ମା ଓ ଭୋଇ ସେବକମାନେ ରଥ ନିର୍ମାଣ କାର୍ଯ୍ୟରେ ତତ୍ପରତା ଦେଖାଇଛନ୍ତି। ଆଜି ରଥଖଳାରେ ଚଉଦନାହାକା, ଦ୍ବିତୀୟ ଭୁଇଁ କାମ ଶେଷ ପରେ ତୃତୀୟ ଭୁଇଁ କାମ ଆରମ୍ଭ ହୋଇଛି। ତିନି ରଥରେ ଆଜି ଚଉଦ ନାହାକା ବୁଲିଛି। ଦ୍ବିତୀୟ ଭୁଇଁ ଉଠି ଟୁଙ୍ଗୁରା କାମ ଶେଷ ହେବା ପରେ ତୃତୀୟ ଭୁଇଁ କାମ ଆରମ୍ଭ ହୋଇ ଟୁଙ୍ଗୁରା କାମ ଆରମ୍ଭ ହୋଇଛି। ରୂପକାର ସେବକମାନେ ନିଜ ନିଜ କାମକୁ ଆଗେଇ ନେଇଛନ୍ତି। ଓଝା ସେବକମାନେ ବି କଣ୍ଟା କାମକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି।

ସମ୍ବନ୍ଧିତ ଖବର