ବୌଦ୍ଧରୁ ଆସିବ ରଥ ଅଖ କାଠ

ପୁରୀ : ଆସନ୍ତା ରଥଯାତ୍ରାରେ ଅଖ କାଠ ବୌଦ୍ଧରୁ ଆସିବ। ଏଭଳି ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଗତକାଲି ରଥଯାତ୍ରା ପ୍ରସ୍ତୁତିକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବସିଥିବା ଏକ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଗତବର୍ଷ ରଥଯାତ୍ରା ପୂର୍ବଦିନ ମା’ ସୁଭଦ୍ରାଙ୍କ ଦେବୀଦଳନ ରଥ ଅଖ ଭାଙ୍ଗିିଯିବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ରାତାରାତି ଏଥିରେ ନୂଆ ଅଖ ଲଗା ଯାଇଥିଲେ ମଧ୍ୟ ସମଗ୍ର ରାଜ୍ୟରେ ଏ ନେଇ ଚର୍ଚ୍ଚା ହୋଇଥିଲା। ତେବେ କେବଳ ଗତ ବର୍ଷ ନୁହେଁ ବିଭିନ୍ନ ସମୟରେ ୪୨ଫୁଟିଆ ଅଖ ପାଇଁ କାଠ ଅଭାବ ଦେଖା ଦେଉଥିଲା। ଏଣୁ ଚଳିତ ବର୍ଷ ଏହାକୁ ବୌଦ୍ଧରୁ ଆଣିବା ପାଇଁ ଯୋଜନା ହୋଇଛି। ଖୁବଶୀଘ୍ର ଏଥିପାଇଁ ଦଳ ବୌଦ୍ଧ ଯିବ ବୋଲି ବରିଷ୍ଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ ଜଣାପଡ଼ିଛି। ତେବେ ରଥ ନିର୍ମାଣ ଲାଗି ଆବଶ୍ୟକ ସମସ୍ତ କାଠ ପୂର୍ବଭଳି ନୟାଗଡ଼ ଜଙ୍ଗଲରୁ ଆସିବ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର