ରଥଯାତ୍ରା ଉପଲକ୍ଷେ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଲେ ଉପରାଷ୍ଟ୍ରପତି

ଭୁବନେଶ୍ୱର : ଆସନ୍ତା କାଲି ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ ଏଥିପାଇଁ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ନିଜର ଏକ ବାର୍ତ୍ତାରେ ସେ କହିଛନ୍ତି ଯେ ଶ୍ରୀଜଗନ୍ନାଥ ଭଗବାନ ବିଷ୍ଣଙ୍କ ଏକ ଅବତାର ଭାବେ ପରିଗଣିତ ହୁଅନ୍ତି । ରଥଯାତ୍ରାରେ ସବୁବର୍ଗର ଲୋକ ଏକାଠି ହୋଇ ଏହାକୁ ପାଳନ କରନ୍ତି । ରଥଯାତ୍ରା ସହ ଜଡିତ ଏହି ପବିତ୍ର ଚିନ୍ତାଧାରା ଆମ ଜୀବନକୁ ଶାନ୍ତି ଓ ସଦ୍ଭାବ ପଥରେ ଆଗେଇ ନେବ ବୋଲି ସେ ଆଶା ପ୍ରକଟ କରିଛନ୍ତି ।

ସମ୍ବନ୍ଧିତ ଖବର