ରେଭେନ୍‌ସା ପୁରାତନ ଛାତ୍ରଙ୍କ ବୈଠକ

ଭୁବନେଶ୍ବର : ରେଭେନ୍‌ସା ବିଶ୍ବବିଦ୍ୟାଳୟର ୧୯୭୫ ମସିହା ବ୍ୟାଚ୍‌ ସ୍ନାତକୋତ୍ତର ଇଂରାଜୀ ବିଭାଗର ପୁରାତନ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭାଗ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟାପକ ସନ୍ତୋଷ କୁମାର ବେଜ୍ ଓ ସୌରୀମୋହନ ଉଦ୍‌ଗାତାଙ୍କ ଆହ୍ୱାନ କ୍ରମେ ବିଭାଗର ପ୍ରାୟ ସମସ୍ତ ପୁରାତନ ଛାତ୍ରଛାତ୍ରୀ ଏକାଠି ହୋଇ ବର୍ତମାନ ଜୀବନର ସ୍ଥିତି, ସଫଳତା ଏବଂ ଜୀବନ ସଂଗ୍ରାମର ଅନୁଭୂତି ବର୍ଣ୍ଣନା କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଇଂରାଜୀ ପ୍ରଫେସର ସର୍ବେଶ୍ୱର ଦାଶଙ୍କର ବିୟୋଗରେ ଏକ ନିରବ ପ୍ରାର୍ଥନା କରାଯାଇଥିଲା। ଏହି ବିଭାଗର ପୂର୍ବତନ ପ୍ରଫେସର ବିଜେବି ମହାପାତ୍ର,  ଛାତ୍ର ପ୍ରତାପ ମହାନ୍ତି, ଜିତାମିତ୍ର ମହାନ୍ତି ଓ ନାଗେଶ ରାଓଙ୍କର ପର‌ଲୋକରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହି ଅବସରରେ ରେଭେନ୍‌ସା ମହାବିଦ୍ୟାଳୟର ଉନ୍ନତି ତଥା ଇଂରାଜୀ ବିଭାଗର ସମୃଦ୍ଧି ପାଇଁ ପୁରାତନ ଛାତ୍ରମାନେ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର କ୍ଷୀରୋଦ ଆଚାର୍ଯ୍ୟ, ବସନ୍ତ ମିଶ୍ର, ଅଲୋକ ସାମଲ, ପ୍ରଦ୍ୟୋତ ମିଶ୍ର, ସଚିଦାନନ୍ଦ ତ୍ରିପାଠୀ, କବି ପ୍ରଫୁଲ୍ଲ ସୁବୁଦ୍ଧି, ନିମାଇଁ ରାୟ, ବୈଷ୍ଣବ ମହାନ୍ତି, ପୂର୍ବତନ ବରିଷ୍ଠ ପ୍ରଶାସକ ରବୀନ୍ଦ୍ର କୁମାର ନନ୍ଦ, ଅବସରପ୍ରାପ୍ତ ବରିଷ୍ଠ ପୁଲିସ ଅଧିକାରୀ ଚିନ୍ତାମଣି ପଣ୍ଡା, ସାମ୍ବାଦିକ ସୁଜ୍ଞାନ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସଭାକୁ କବି ରାଜୁ ସାମଲ ଓ ସେବାନିବୃତ୍ତ ଅଧ୍ୟକ୍ଷା ମଞ୍ଜୁଶ୍ରୀ ଦ୍ୱିବେଦୀ ସଂଯୋଜନା କରିଥିଲେ। ଶେଷରେ ବିଭୂତି ରାୟ ଧନ୍ୟବାଦ ଅର୍ପଣ କରିଥିଲେ। ତେବେ ପୁରାତନ ଛାତ୍ରମାନଙ୍କୁ ନେଇ ଆଗାମୀ ବୈଠକ  ଜାନୁଆରି ମାସ ଶେଷ ସପ୍ତାହରେ ଭୁବନେଶ୍ୱରସ୍ଥ ଜୟଦେବ ବାଟିକାଠାରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି। ଆଗାମୀ ବୈଠକ ସଂପର୍କରେ ସୂଚନା ଦେବା ଲାଗି ଶ୍ରୀ ଉଦ୍‌ଗାତାଙ୍କ ଉପରେ ଦାୟିତ୍ବ ଅର୍ପଣ କରାଯାଇଛି।

ସମ୍ବନ୍ଧିତ ଖବର