ରାୟଗଡ଼ା: ପ୍ରବଳ ବର୍ଷା ଯୋଗୁଁ ଭାସିଗଲା କଲଭର୍ଟ; ବଂଶଧାରା ଓ ନାଗାବଳୀରେ ବଢ଼ି

ରାୟଗଡ଼ା: ପ୍ରବଳ ବର୍ଷା ଯୋଗୁଁ ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ପାଇକଡାକ୍ରୁଗୁଡ଼ା-ହାଟମୁନିଗୁଡ଼ା ରସ୍ତାରେ ଥିବା ଏକ ଶଙ୍ଖପୋଲ ବା କଲଭର୍ଟ ଭାସି ଯାଇଛି। ଫଳରେ ଦୁଇ ଅଞ୍ଚଳ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇ ଯାଇଛି।

ଗତ ରାତି ୨ଟା ବେଳୁ ସମଗ୍ର ଜିଲ୍ଲାରେ ନିରଚ୍ଛିନ୍ନ ଲଘୁଚାପ ଜନିତ ପ୍ରବଳ ବର୍ଷା ହେଉଛି। ବିଭିନ୍ନ ଅଞ୍ଚଳରେ ବିଲବାଡ଼ି ବୁଡ଼ି ଯିବା ସହ ବଂଶଧାରା ଓ ନାଗାବଳୀ ନଦୀ ବଢ଼ିଛି।

ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ ତିନି ଦିନ ଧରି ଲଘୁଚାପ ବର୍ଷା ଲାଗିରହିବ। ସତର୍କ ସୂଚନା ସ୍ୱରୂପ, ଜିଲ୍ଲାରେ ଥିବା କଲ୍ୟାଣ ବିଭାଗର ସମସ୍ତ ଆଶ୍ରମ ଓ ସେବାଶ୍ରମ ସ୍କୁଲ୍‌ର ପିଲାମାନଙ୍କୁ ପଦାକୁ ନ ଛାଡ଼ିବା ପାଇଁ ଜିଲ୍ଲା ମଙ୍ଗଳ ଅଧିକାରୀ ନନ୍ଦଲାଲ୍‌ ବିଶ୍ୱାଳ ସମସ୍ତ ପ୍ରଧାନ ଶିକ୍ଷକଙ୍କୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର