ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲା: ଛୁଟି ଦିନରେ ୬ମାସ ପର୍ଯ୍ୟନ୍ତ ରୋଗୀ ସେବା କରିବ ଅଭିଯୁକ୍ତ ନାବାଳକ

କନ୍ଧମାଳ: କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରେ ଜଣେ ନାବାଳକାକୁ ଦୁଷ୍କର୍ମ ଉଦ୍ୟମ ମାମଳାରେ ଦୋଷୀ ସାବ୍ୟସ୍ତ ଅଭିଯୁକ୍ତ ନାବାଳକ ସ୍କୁଲ ଛୁଟି ଦିନରେ ୬ ମାସ ପର୍ଯ୍ୟନ୍ତ ଡାକ୍ତରଖାନାରେ ରୋଗୀ ସେବା କରିବ । ଆଜି ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଫୁଲବାଣୀ ଜୁଭେଲାଇନ ଜଷ୍ଟିସ ବୋର୍ଡର ମୁଖ୍ୟ ଅଭିଜିତ ବଳେଇ । ଗତ ୨୦୧୭ ମସିହାରେ ଜଣେ ୭-୮ ବର୍ଷର ନାବାଳିକା ନଦୀକୁ ସ୍ନାନ କରିବାକୁ ଯାଇଥିଲା । ସେହି ଗାଁ ର ଜଣେ ୧୪ ବର୍ଷର ନାବାଳକ ତାକୁ ଦୁଷ୍କର୍ମ ଉଦ୍ୟମ କରିଥିଲା । ନାବାଳିକା ଜଣକ ପାଟି କରିବାରୁ ଅଭିଯୁକ୍ତ ନାବାଳକ ସେଠାରୁ ପଳାଇ ଯାଇଥିଲା । ପିଡିତା ନାବାଳିକା ପରିବାର ପକ୍ଷରୁ ଏ ନେଇ ରାଇକିଆ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୁକ୍ତ ନାବାଳକ ବର୍ତ୍ତମାନ ଅଷ୍ଟମ ଶ୍ରେଣୀରେ ପଢୁଛି । ସ୍କୁଲ ଛୁଟି ଦିନ ଗୁଡିକରେ ୬ ମାସ ପର୍ଯ୍ୟନ୍ତ ରାଇକାଇ ଡାକ୍ତରଖାନାରେ ରହି ରୋଗୀ ସେବା କରିବାକୁ ଜୁଭେଲାଇନ ଜଷ୍ଟିସ ବୋର୍ଡ ପକ୍ଷରୁ କୁହାଯାଇଛି । ବୋର୍ଡର ସଦସ୍ୟା ମମତା ଦାସ ଶୁଣାଣୀ ସମୟରେ ଉପସ୍ଥିତ ଥିଲେ । ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ପ୍ରତାପ କୁମାର ପାତ୍ର ମକଦ୍ଦମା ପରିଚାଳନା କରୁଥିଲେ ।

ସମ୍ବନ୍ଧିତ ଖବର