ରିଜର୍ଭ ବ୍ୟାଙ୍କ ନାଁରେ ନକଲି ଇମେଲ କିମ୍ବା ମେସେଜ ଠାରୁ ଦୂରେଇ ରହିବାକୁ ଲୋକଙ୍କୁ ସଚେତନ କରାଇଲା ଭାରତୀୟ ରିଜର୍ଭ ବ୍ୟାଙ୍କ

ଭୁବନେଶ୍ୱର : ଦିନକୁ ଦିନ ଅନ୍‌ଲାଇନ୍‌ ଠକେଇ ବୃଦ୍ଧି ପାଇବାରେ ଲାଗିଛି। ଏହାଦ୍ୱାରା ଠକେଇର ଶିକାର ହେଉଥିବା ବ୍ୟକ୍ତିଙ୍କର ବ୍ୟାଙ୍କ ଆକାଉଣ୍ଟରୁ ନିମିଷକ ମଧ୍ୟରେ ଖାଲି ହୋଇଯାଉଛି ଟଙ୍କା। ଏପରି ବାରମ୍ବାର ଠକେଇ ଅଭିଯୋଗ ପରେ ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ସଚେତନତାମୂଳକ ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନ ଦ୍ୱାରା ଲୋକମାନଙ୍କୁ ଅନଲାଇନ ଠକେଇ ଓ ବ୍ୟାଙ୍କିଙ୍ଗ ସମ୍ବନ୍ଧୀୟ ଠକେଇ ବିଷୟରେ ସଚେତନ କରାଯାଉଛି।

ଏହି ଅଭିଯାନ ଦ୍ୱାରା ଲୋକମାନଙ୍କୁ ଅନଲାଇନ ଠକେଇ ଓ ବ୍ୟାଙ୍କିଙ୍ଗ ସମ୍ବନ୍ଧୀୟ ଠକେଇ ବିଷୟରେ ସଚେତନ କରାଯାଉଛି। ଆଉ ଏହି କ୍ରମରେ ବୁଧବାର କେନ୍ଦ୍ରୀୟ ବ୍ୟାଙ୍କ ଏକ ବୟାନ ଜାରି କରିଛି। ଯେଉଁଥିରେ କିଛି ଇମେଲରୁ ଦୂରେଇ ରହିବାକୁ ଗ୍ରାହକଙ୍କୁ ପରାମର୍ଶ ଦିଆଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କର କହିବା ଅନୁଯାୟୀ, ଆରବିଆଇ ନାଁରେ ଲୋକଙ୍କ ପାଖକୁ ନକଲି ଇମେଲ ପଠାଯାଉଛି। ଏହି ମେଲରେ ଲୋକମାନଙ୍କୁ ପୁରସ୍କାର ଜିତିବା ନେଇ ସୂଚନା ଦିଆଯାଉଛି। ତେବେ ପୁରସ୍କାର ରାଶି ପାଇବାକୁ ହେଲେ ପ୍ରୋସେସିଙ୍ଗ ଫିସ୍‌ ଓ ଅନ୍ୟାନ୍ୟ ଚାର୍ଜ ବାବଦକୁ ଟଙ୍କା ମଗାଯାଉଛି। ସୂଚନା ଅଭାବରୁ କିଛି ଲୋକ ପୁରସ୍କାର ରାଶି ପାଇବା ପାଇଁ ଟଙ୍କା ପଠାଇ ଦେଇଥାନ୍ତି। ଯେତେବେଳେ କୌଣସି ପୁରସ୍କାର ରାଶି ତାଙ୍କ ପାଖକୁ ଆସିନଥାଏ ତାହା ପରେ ଜାଣିଥାନ୍ତି କି ତାଙ୍କୁ ଠକି ଦିଆଯାଇଛି। ଆଉ ପ୍ରୋସେସିଙ୍ଗ ଫିସ୍‌ ବାବଦକୁ ଦିଆଯାଇଥିବା ଟଙ୍କା ଚଳୁ ହୋଇ ଯାଇଥାଏ।

ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସିବା ପରେ ଆରବିଆଇ ସ୍ପଷ୍ଟ କରିଛି ଯେ, ଏଭଳି କୌଣସି ମେଲ କିମ୍ବା ମେସେଜ ରିଜର୍ଭ ବ୍ୟାଙ୍କ ପକ୍ଷରୁ କାହାକୁ ପଠା ଯାଇନଥାଏ। ଖାସକରି ଲଟେରୀରେ ଜିତିଥିବା କିମ୍ବା ବିଦେଶରୁ ପଇସା ଆସୁଥିବା ଭଳି କୌଣସି ସୂଚନା ଇମେଲ କିମ୍ବା ମେସେଜ ଦ୍ୱାରା ଲୋକଙ୍କୁ ଦିଆଯାଇ ନଥାଏ। ରିଜର୍ଭ ବ୍ୟାଙ୍କ ନାଁରେ ନକଲି ଇମେଲ କିମ୍ବା ମେସେଜ ପଠାଉଥିବା ବ୍ୟକ୍ତି ଏହା ମଧ୍ୟରେ ରିଜର୍ଭ ବ୍ୟାଙ୍କ ଓ ଆରବିଆଇ ଭଳି ଶବ୍ଦ ବ୍ୟବହାର କରିଥାନ୍ତି। ତେଣୁ ଲୋକମାନେ ଏହାକୁ ସତ ବୋଲି ଧରି ନେଇଥାନ୍ତି। ତେବେ ଯଦି ଏଭଳି ଠକେଇରୁ ରକ୍ଷା ପାଇବାକୁ ଚାହୁଁଥାନ୍ତି ତେବେ ଇମେଲ କେଉଁ ଠିକଣାରୁ ଆସିଛି ତାହା ପତ୍ତା ନିଶ୍ଚିତ ଭାବେ କରନ୍ତୁ। ଏଭଳି ଇମେଲ ଉପରେ ସନ୍ଦେହ ହେଲେ କୌଣସି ତଥ୍ୟ ସେୟାର କରନ୍ତୁ ନାହିଁ ଏହାଛଡ଼ା ଏଭଳି ଇମେଲ ଓ ଏସଏମଏସର କୌଣସି ଉତ୍ତର ନ ଦେଇ ମଧ୍ୟ ଏଭଳି ଠକେଇରୁ ରକ୍ଷା ପାଇ ପାରିବେ।

ସମ୍ବନ୍ଧିତ ଖବର