ସୁନ୍ଦରୀକୁ ଅନ୍ୟତ୍ର ସ୍ଥାନାନ୍ତରଣ କରାଯାଉ, ସରକାରଙ୍କୁ ଅନୁଗୁଳ ଜିଲ୍ଲାପାଳଙ୍କ ପତ୍ର

ଭୁବନେଶ୍ୱର : ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଅଂଚଳରେ ସୁନ୍ଦରୀ ବାଘୁଣୀର ଉତ୍ପାତ ବଢିଚାଲିଥିବାରୁ ସ୍ଥାନୀୟ ଲୋକେ ଭୟ ଓ ଆତଙ୍କରେ ଦିନ କାଟୁଛନ୍ତି । ଏହାକୁ ନେଇ ଲୋକମାନେ ଆନ୍ଦୋଳନ ମଧ୍ୟ ଆରମ୍ଭ କରିଦେଲେଣି । ଆଗକୁ ସ୍ଥିତି ଆହୁରି ଜଟିଳ ହେବା ଆଶଙ୍କା ଥିବାରୁ ଏହି ବାଘୁଣୀକୁ ତୁରନ୍ତ ଟ୍ରାଙ୍କୁଲାଇଜର ଦେଇ ସ୍ଥାନାନ୍ତର କରିବାକୁ ଅନୁଗୁଳ ଜିଲ୍ଲାପାଳ ଅନୀଲ କୁମାର ସାମଲ ରାଜ୍ୟ ଜଙ୍ଗଲ ଓ ପରିବେଶ ସଚିବଙ୍କ ପାଖକୁ ପତ୍ର ଲେଖି ଅନୁରୋଧ କରିଛନ୍ତି । ନିଜ ପତ୍ରରେ ସେ ଜଣାଇଛନ୍ତି ଯେ ବାଘୁଣି ଏ ଅଂଚଳରେ ମଣିଷ ଓ ଗୃହପାଳିତ ପଶୁମାରିଥିବା ଅଭିଯୋଗ ହେଉଛି । ଗାଁ ଲୋକମାନେ ମଧ୍ୟ ଆତଙ୍କରେ ଦିନ କାଟୁଛନ୍ତି । ଏପରିସ୍ଥିତିରେ ବାଘୁଣୀକୁ ଟ୍ରାଙ୍କୁଲାଇଜର ଦେଇ ଅନ୍ୟତ୍ର ସ୍ଥାନାନ୍ତରଣ କରାଯିବା ଉଚିତ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର