ରୋଗୀଙ୍କ ସଂପର୍କୀୟ ପକାଇଥିଲେ ତାଲା, ୧୨ ଘଣ୍ଟା ପରେ ରେମୁଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିଲା

ବାଲେଶ୍ୱର: ତାଲା ପଡ଼ିବାର ପ୍ରାୟ ୧୨ ଘଣ୍ଟାପରେ ବାଲେଶ୍ୱର ଜିଲ୍ଲାର ରେମୁଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିଲା। ଗତକାଲିଠାରୁ ରେମୁଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଲା ପଡ଼ିଥିବାର ଦେଖିବାକୁ ମିଳିଥିଲା ଆଜି ରେମୁଣା ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପଟ୍ଟନାୟକ , ସରସ୍ବତୀପୁର ପଞ୍ଚାୟତର ସରପଞ୍ଚ ରଶ୍ମୀରେଖା ବେହେରାଙ୍କ ସମେତ ରେମୁଣାର କେତେକ ମାନ୍ୟଗଣ୍ୟ ବ୍ୟକ୍ତି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା କରିବାପରେ ଏହା ସମ୍ଭବପର ହୋଇଥିବା ଜଣାଯାଇଛି।

ରେମୁଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୪ଟି ଡାକ୍ତର ପଦବୀ ଥିଲେ ବି ଜଣେ ମାତ୍ର ଡାକ୍ତର ଦିନବେଳା କାର୍ଯ୍ୟରତ ଥିବା କୁହାଯାଉଛି। ଫଳରେ ଏଠାରେ ରୋଗୀ ସେବା ବ୍ୟାହତ ହେଉଥିବା କୁହାଯାଉଛି। ଆଜି ସ୍ୱାସ୍ଥ୍ୟକେନ୍ଦ୍ର ବାହାରେ ରେମୁଣା ପୁଲିସ ଏକ କ୍ୟାମ୍ପ କରି ଚିକିତ୍ସା ବ୍ୟବସ୍ଥା କରାଯାଇଛି ।


ସୂଚନାଯୋଗ୍ୟ, ବାଲେଶ୍ୱର ଜିଲ୍ଲା ରେମୁଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗତକାଲି ରାତିରେ ହସ୍ପିଟାଲରେ ମୁଖ୍ୟ ଡାକ୍ତର ରାମଚନ୍ଦ୍ର କିସକୋଙ୍କ ୨ଦିନିଆ ଛୁଟିକୁ ବିରୋଧ କରି କିଛି ରୋଗୀଙ୍କ ସମ୍ପର୍କୀୟ ଆଉଟ ଡୋରରେ ତାଲା ପକାଇଦେଇଥିଲେ । ସମସ୍ୟାର ସମାଧାନ ନ ହେବା ଯାଏଁ ତାଲା ନ ଖୋଲିବାକୁ ଚେତାବନୀ ଦେଇଥିଲେ । ଏହାପରେ ଘଟଣାସ୍ଥଳରେ ରେମୁଣା ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ କରିଥିଲେ ,ହେଲେ ସଫଳ ହୋଇନଥିଲେ।

ସମ୍ବନ୍ଧିତ ଖବର