କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍‌ ଦୁର୍ଘଟଣାର ଚୂଡ଼ାନ୍ତ ରିପୋର୍ଟ ଦାଖଲ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୁଜାଫରପୁର ନଗରସ୍ଥିତ ଖତୌଲିଠାରେ ଗତ ଅଗଷ୍ଟ ୧୯ରେ ଘଟିଥିବା କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଲାଇନ୍‌ଚ୍ୟୁତ ଘଟଣାର ଚୂଡ଼ାନ୍ତ ତଦନ୍ତ ରିପୋର୍ଟ ଶନିବାର ଉତ୍ତର ସର୍କିଲ ରେଳବାଇ କମିସନରନଙ୍କ ଦ୍ୱାରା ବୋର୍ଡଙ୍କ ନିକଟରେ ଦାଖଲ କରାଯାଇଛି। ଚୂଡ଼ାନ୍ତ ରିପୋର୍ଟରେ ରେଲେଓ୍ଵ ବୋର୍ଡ ଦ୍ୱାରା ଖତୌଲିର କନିଷ୍ଠ ଇଞ୍ଜିନିୟର ପ୍ରଦୀପ କୁମାରଙ୍କ ଦୁର୍ଘଟଣା ପାଇଁ ଏକମାତ୍ର ଦୋଷୀ ବୋଲି ଉଲ୍ଲେଖ ଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ ଗତ ଅଗଷ୍ଟ ୧୯ରେ ଖତୌଲିଠାରେ ହୋଇଥିବା ଉତ୍କଳ ଏକ୍ସପ୍ରେସ ଦୁର୍ଘଟଣାରେ ୨୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୦ଜଣ ଗୁରୁତର ଆହତ ହୋଇଥିଲେ। ଏହି ଘଟଣାରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବନ କରାଯାଇଥିଲା। ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ପାଇଁ ଉତ୍ତର ରେଳବାଇ କମିସନର ଶୈଳଶ କୁମାର ପାଠକଙ୍କୁ ରେଳ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଥିଲା। ପାଠକ ସେପ୍ଟେମ୍ବର ୧୯ରେ ଘଟଣାର ପ୍ରାଥମିକ ତଦନ୍ତ ରିପୋର୍ଟ ଦାଖଲ କରିଥିଲେ।

ସମ୍ବନ୍ଧିତ ଖବର