ବଦଳିଲେ ୪ ଜିଲ୍ଲାର ଜିଲ୍ଲାପାଳ

ଭୁବନେଶ୍ୱର :  ରାଜ୍ୟ ସରକାର ଆଇଏଏସ ସ୍ତରରେ ଏକ ଅଦଳବଦଳ କରିଛନ୍ତି । ୨୦୦୯ ବ୍ୟାଚର ଆଇଏଏସ ଅଫିସର ଏନ.ତିରୁମଲ ନାୟକ ନୟାଗଡ଼ ଜିଲ୍ଲାପାଳ ନିଯୁକ୍ତ ହୋଇଛନ୍ତି । ସେହିପରି ୨୦୧୧ ବ୍ୟାଚ ଆଇଏଏସ ଅଫିସର ଅରିନ୍ଦମ ଡାକୁଆ ବଲାଙ୍ଗୀର ଜିଲ୍ଲାପାଳ ଓ ୨୦୧୨ ବ୍ୟାଚର ଆଇଏଏସ ଅଫିସର ସୁରେନ୍ଦ୍ର କୁମାର ମୀନା ସୁନ୍ଦରଗଡ଼ ଜିଲ୍ଲାପାଳ ନିଯୁକ୍ତ ହୋଇଛନ୍ତି । ୨୦୧୨ ବ୍ୟାଚର ବିନୀତ ଭରଦ୍ୱାଜ ମୟୁରଭଞ୍ଜ ଜିଲ୍ଲାପାଳ ନିୟୁକ୍ତ ହୋଇଛନ୍ତି । ଅନ୍ୟପକ୍ଷରେ ବିଧାନସଭା ଅଧିବେଶନ ଶେଷ ହେବା ପରେ ସରକାର ସଚିବ ସ୍ତରରେ ଏକ ବଡ଼ ଧରଣର ପରିବର୍ତ୍ତନ କରିବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର